Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଅର୍ଥନୀତି

ମୁଖ୍ୟ ଖବର

    ବ୍ୟକ୍ତିଗତ ଟିକସ କ୍ଷେତ୍ରରେ ବଡ଼ ରିହାତି, ଜାଣନ୍ତୁ କ’ଣ

    Share on :
    ajab-Image
    Date: Feb 1, 2020    Views: 3084

    ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବଜେଟ ତଥା ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଗତ କରୁଛନ୍ତି । ଏହି ଅବସରରେ ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଟିକସ କ୍ଷେତ୍ରରେ ଏକ ବଡ଼ ରିହାତି ଘୋଷଣା କରିଛନ୍ତି । 

    ତାହା ହେଲା ପୂର୍ବ ପରି ୫ ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କୁ ଟିକସ ଦେବାକୁ ପଡ଼ିବନି । ତେବେ  ୫ଲକ୍ଷରୁ ୭.୫ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୦% ଟିକସ ଦେବାକୁ ପଡ଼ିବ । ୭.୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫% ଟିକସ ଦେବାକୁ ପଡ଼ିବ ।  ୧୦ ଲକ୍ଷରୁ ୧୨.୫ ଲକ୍ଷ ଆୟ ପାଇଁ ୨୦% ଟିକସ ଓ ୧୨.୫ ଲକ୍ଷରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫% ଟିକସ ଦେବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । 

     ସେହିପରି ୧୫ ଲକ୍ଷରୁ ଅଧିକ ଆୟକାରୀଙ୍କ ପାଇଁ  ୩୦% ଟିକସ ଦେବାକୁ ପଡ଼ିବ । ତେବେ ଷ୍ଟାର୍ଟଅପଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଟିକସ ଛୁଟି ଘୋଷଣା କରାଯାଇଛି ।  

    ସେହିପରି  ଅଦାଲତ ଯାଇଥିବା ଟିକସ ବିବାଦ ନେଇ ‘ବିଶ୍ୱାସ’  ଯୋଜନା ଘୋଷଣା କରାଯାଇଛି ।  ୩୧ ମାର୍ଚ୍ଚ ମଧ୍ୟରେ ବିନା ସୁଧରେ ବିବାଦୀୟ ଟିକସ ଦେଇ ହେବ ।  ଖୁବଶୀଘ୍ର ଆଧାର ଜରିଆରେ ତକ୍ରାଳ ପ୍ୟାନ ପାଇଁ ବ୍ୟବସ୍ଥା ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । 

    Loading...

     

    Maximum 500 characters

    ଅର୍ଥନୀତି View all

    Find Us on Facebook