Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅତିରିକ୍ତ ବଜେଟକୁ ମଞ୍ଜୁରୀ

    Share on :
    ajab-Image
    Date: Nov 8, 2019    Views: 971

    ଭୁବନେଶ୍ୱର : ୨୦୧୯-୨୦ ପାଇଁ ପ୍ରଥମ ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଛି ।  ଲୋକସେବା ଭବନରେ ଅନୁଷ୍ଠିତ  ମନ୍ତ୍ରୀ ପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି ।  ଆସନ୍ତା ୧୩ ତାରିଖ ଦିନ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ପ୍ରଥମ ଅତିରିକ୍ତ ବଜେଟକୁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିବେ । ପ୍ରାୟ ୮୩୦୦କୋଟି ଟଙ୍କାର ବଜେଟ ହୋଇଥିବା ସୂଚନା ମିଳିଛି ।  

    Maximum 500 characters

    ତାଜା ଖବର View all

    Find Us on Facebook