Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଭିଆର୍ଏସ୍ ସ୍କିମ୍ ଆଣିଲା ବିଏସ୍ଏନ୍ଏଲ୍

    Share on :
    ajab-Image
    Date: Nov 7, 2019    Views: 10

    ୭୦,୦୦୦ ରୁ ୮୦୦୦୦୦ କର୍ମଚାରୀ କରିପାରନ୍ତି ଆବେଦନ, ୭,୦୦୦ କୋଟି ଟଙ୍କା ସଞ୍ଚୟ କରିବ କମ୍ପାନୀ
    ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଏହାର କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାକୃତ ଅବସର ସ୍କିମ (ଭିଆରଏସ) ଆରମ୍ଭ କରିଛି । ୭୦,୦୦୦ ରୁ ୮୦,୦୦୦୦ କର୍ମଚାରୀ ଭିଆର୍ଏସ ପାଇଁ ଆବେଦନ କରିପାରନ୍ତି ବୋଲି କମ୍ପାନୀ ଆଶାବ୍ୟକ୍ତ କରିଛି ।
    ବିଏସ୍ଏନ୍ଏଲ୍ ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ (ସିଏମ୍ଜି) ପି.କେ ପୁରୱାର କହିଛନ୍ତି, ନଭେମ୍ବର ୪ ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଭିଆର୍ଏସ୍ ସ୍କିମ୍ ଉନ୍ମୁକ୍ତ ରହିବ । ଏହି ସମୟ ମଧ୍ୟରେ କର୍ମଚାରୀମାନେ ଆବେଦନ କରିପାରିବେ । ଏ ବାବଦରେ କର୍ମଚାରୀମାନଙ୍କୁ ଅବଗତ କରିବା ପାଇଁ କ୍ଷେତ୍ରୀୟ ଶାଖାଗୁଡ଼ିକୁ ନିଦେ୍ର୍ଧଶ ଦିଆଯାଇଛି । କମ୍ପାନୀର ମୋଟ ୧.୫୦ ଲକ୍ଷ କର୍ମଚାରୀ ରହିଥିବା ବେଳେ ଭିଆରଏସ୍ ପାଇଁ ୧ ଲକ୍ଷ କର୍ମଚାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ।
    ପୁରୱାର କହିଛନ୍ତି, ଏହା ସରକାରଙ୍କର ଏକ ଉକ୍ରୃଷ୍ଟ ଭିଆରଏସ ସ୍କିମ ଏବଂ ବିଏସ୍ଏନ୍ଏଲ୍ କର୍ମଚାରୀମାନେ ସକାରାତ୍ମକ ମନୋଭାବ ସହ ଏହାକୁ ଦେଖିବା ଆବଶ୍ୟକ । ତେବେ ଏହି ସ୍କିମକୁ ୭୦,୦୦୦ ରୁ ୮୦,୦୦୦୦ କର୍ମଚାରୀ ଗ୍ରହଣ କରିପାରନ୍ତି । ଏହା ଦ୍ୱାରା ଦରମା ବିଲ୍ ବାବଦରେ କମ୍ପାନୀ ପାଖାପାଖି ୭,୦୦୦କୋଟି ଟଙ୍କା ସଞ୍ଚୟ କରିବାକୁ ସମର୍ଥ ହେବ ।
    ବିଏସ୍ଏନ୍ଏଲ୍ କୁ ସ୍ୱେଚ୍ଛାକୃତ ଅବସର ସ୍କିମ, ୨୦୧୯ ମୁତାବକ କମ୍ପାନୀର ସମସ୍ତ ନିୟମିତ ଓ ସ୍ଥାୟୀ କର୍ମଚାରୀ ୫୦ ବର୍ଷ ବା ତଦୁଦ୍ଧ୍ୱର୍ ବୟସ ପୁୁରଣ କରିଥିଲେ ସ୍କିମ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ସେମାନେ ଏହି ମାନଦଣ୍ଡ ପୂରଣ କରୁଥିଲେ, ଭିଆରଏସ୍ ପାଇଁ ଆବେଦନ କରିପାରିବେ ।

    Maximum 500 characters

    ଅର୍ଥନୀତି View all

    Find Us on Facebook