Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାଇକରେ ବୋମା ଧରି ଯାଉଥିଲେ, ଚକା ସ୍ଲିପ କରିବାରୁ ଫୁଟିଗଲା

    Share on :
    ajab-Image
    Date: Dec 1, 2020    Views: 3970

    ଭୁବନେଶ୍ୱର : ଏଭଳି ଏକ ଅଘଟଣ ବୋଧହୁଏ ଅନେକ କେବେବି ଶୁଣିନଥିବେ  । ଦୁଇ ଜଣ ଯୁବକ ବାଇକରେ ବୋମା ଧରି ଯାଉଥିଲେ । କ’ଣ ପାଇଁ ଯାଉଥିଲେ ସେ କଥା ବି କାହାକୁ ଜଣାନାହିଁ  । ହେଲେ ବାଟରେ ବାଇକଟି ସ୍ଲିପ କରିଗଲା  । ବାଇକ ସହ ଦୁଇ ଯୁବକ ଓ ବୋମା ବି ତଳେ ପଡ଼ିଗଲା  । ଫଳରେ ବୋମାଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା  । ପଛ ସିଟରେ ଯେଉଁ  ଯୁବକ ବୋମା ଧରି ବସିଥିଲେ ତାଙ୍କ ହାତ ଉଡ଼ିଯିବା ସହ ଘଟଣା ସ୍ଥଳରେ ହିଁ ମୃତୁ୍ୟ ଘଟିଥିଲା  । ଅପରପକ୍ଷରେ ବାଇକ ଚଳାଉଥିବା ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି  । ଗଞ୍ଜାମ ଖଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ଅଂଚଳରେ ଏହି ଅଘଟଣଟି ଘଟିଛି । ଏହାକୁ ନେଇ ଆରମ୍ଭ ହୋଇଯାଇଛି ଛାନଭିନ  । ଘଟଣାଟି ସାରା ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook