Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

କଳା

ମୁଖ୍ୟ ଖବର

    କେଉଁ ଅଭିନେତାଙ୍କର କେତେ ସମ୍ପତି, ଜାଣନ୍ତୁ

    Share on :
    ajab-Image
    Date: Nov 24, 2019    Views: 190

    ଭୁବନେଶ୍ୱର : ବଲିଉଡ଼ ଅଭିନେତାଙ୍କର ଚାହିଦା ଏବେ ଆକାଶଛୁଅାଁ ହୋଇଯାଇଛି  । ବ୍ୟବସାୟୀଙ୍କ ଭଳି ସେମାନେ ମଧ୍ୟ ହଜାର ହଜାର କୋଟି ଟଙ୍କାର ମାଲିକ  । ତେବେ କେଉଁ ବଲିଉଡ଼ ଷ୍ଟାରଙ୍କର କେତେ ସମ୍ପତି ତାହା ଜାଣିବା ପାଇଁ ନିଶ୍ଚିତ ଭାବେ ସମସ୍ତଙ୍କର ଆଗ୍ରହ ଥିବ  ।

    ଭାରତର ଶ୍ରେଷ୍ଠ ୧୦ ତାରକାଙ୍କ ସମ୍ପତି ମୂଲ୍ୟ ପ୍ରାୟ ୧୪୧୮୭ କୋଟି ଟଙ୍କା  । ଶାହାରୁଖଙ୍କର ସମ୍ପତି ମୂଲ୍ୟ ୫୨୫୦ କୋଟି ଟଙ୍କା ହୋଇଥିବାବେଳେ ଅମିତାଭ ବଚ୍ଚନଙ୍କର ୩୩୬୦ କୋଟି ଟଙ୍କାର ସମ୍ପତି ରହିଛି  । ସେହିପରି ସଲମନ ୨୧୫୦ କୋଟି, ଅମୀର ଖାନ ୧୨୬୦ କୋଟି, ଅକ୍ଷୟ କୁମାର ୧୦୫୦ କୋଟି, ରଣବୀର କାପୁର ୩୨୦ କୋଟି, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୨୪୫ କୋଟି, ଅନୁଷ୍କା ଶର୍ମା ୨୦୦ କୋଟି ଓ ରଣବୀର ସିଂହ ୧୩୬ କୋଟି ଟଙ୍କାର ସମ୍ପତି ରଖିଛନ୍ତି  । 

    ଅପରପକ୍ଷରେ ସଲମାନ ଖାନ ଗୋଟିଏ ସିନେମା ପିଛା ୬୦ କୋଟି ଟଙ୍କା ନେଉଥିବାବେଳେ ଅମୀର ଖାନ ୪୫ କୋଟି, ଶାହାରୁଖ ୪୫ କୋଟି, ଅକ୍ଷୟ କୁମାର ୪୦ କୋଟି, ହ୍ରିତିକ ୩୫ କୋଟି, ରଣବୀର ସିଂହ ୨୭ କୋଟି, ଅଜୟ ଦେବଗନ ୨୫ କୋଟି, ଅମିତାଭ ବଚ୍ଚନ ୨୦ କୋଟି, ରଣବୀର କାପୁର ୨୦ କୋଟି ଓ ସାହିଦ କାପୁର ୧୫ କୋଟି ଟଙ୍କା ନେଇଥା’ନ୍ତି ।

    Maximum 500 characters

    କଳା View all

    Find Us on Facebook