Share on :
0
Date: Oct 17, 2020 Views: 3239
ମୁମ୍ବାଇ: ବଲିଉଡ଼ର କିଛିଲୋକଙ୍କ ଖରାପ କାର୍ଯ୍ୟକଳାପ ଲାଗି ସମସ୍ତଙ୍କୁ ନିନ୍ଦା କରାଯାଇପାରିବନାହିଁ । ତେଣୁ ବଲିଉକୁ ବଦନାମ କରିବା ଅଭ୍ୟାସ ବଦଳାଯାଉ । ସୁଶାନ୍ତଙ୍କ ମୃତୁ୍ୟ ଓ ବଲିଉଡ଼ର ଡ୍ରଗ୍ସ ଲିଙ୍କ ନେଇ ସାରା ଦେଶରେ ବି-ଟାଉନକୁ ଯେଉଁପରି ଟାର୍ଗେଟ କରାଯାଉଛି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ସେ କହିଛନ୍ତି ଯେ, ବଲିଉଡ଼କୁ ଧ୍ୱଂସ କରାଯିବା ଲାଗି ଏହା ଏକ ଷଡଯନ୍ତ୍ର ରଚାଯାଉଛି । ମାତ୍ର ବିଶ୍ୱରେ ବଲିଉଡ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତେଣୁ ମହାରାଷ୍ଟ୍ର ସହ ଦେଶ ମଧ୍ୟ ବଲିଉଡ଼ ସହିତ ରହିଛି । ବଲିଉଡ଼ର ଯେଉଁମାନେ ନିଶା ସେବନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡାକାର୍ଯାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ।
ସୂଚନାଯାୟୀ ବଲିଉଡ଼କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଘଟଣାକୁ ଗ୍ରହଣ କରିନଥିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଠାକରେ । ସେ କହିଥିଲେ ମୁମ୍ବାଇ ଓ ବଲିଉଡ଼ ଦେଶର ଅର୍ଥବିକାଶ କ୍ଷେତ୍ରରେ ଭରପୂର ସହଯୋଗ ଯୋଗାଇପାରୁଛି । ତେଣୁ ଏପରି ହୀନ ଚକ୍ରାନ୍ତକୁ ଆଦୌ ବରଦାସ୍ତ କରାଯିବନାହିଁ ।
Comments ସମସ୍ତ ମତାମତ