ମୁଖ୍ୟ ଖବର
ଶୀତ ଦିନରେ ଶରୀରର ତ୍ୱଚା ଶୁଷ୍କ ହୋଇଯାଏ । ତାହାକୁ ମଶ୍ଚରାଇଜ କରିବା ପାଇଁ ଆମେ ବଡି ଲୋସନ ବ୍ୟବହାର କରିଥାଉ । ଦିନର ଆରମ୍ଭ ଠାରୁ ରାତି ପର୍ଯ୍ୟନ୍ତ ଆମେ ନିଜ ସ୍କିନର କେୟାର ପାଇଁ ଭିନ୍ନ ଭିନ୍ନ ପ୍ରକାର କ୍ରିମ ଓ ଲୋସନ ବ୍ୟବହାର କରିଥାନ୍ତି । କିନ୍ତୁ କିଛି ମହିଳା ଏହାର ବ୍ୟବହାର କରିଥାନ୍ତି । କେତେକ ମହିଳା ବଡ଼ି ଲୋସନକୁ ମୁହଁରେ ଲଗାଇଥାନ୍ତି । ସେମାନଙ୍କ ଧାରଣା ଥାଏ ବଡ଼ିଲୋସନ ଦେହରେ ଯେମିତି ମୁହଁରେ ବି ସେମିତି କାମ କରିଥାଏ । ସେମାନେ ବଡ଼ି ଲୋସନ ଓ କ୍ରିମ ମଧ୍ୟରେ ଅନ୍ତର କ’ଣ ବୁଝି ପାରନ୍ତି ନାହିଁ । ବଡ଼ି ଲୋସନକୁ ମୁହଁରେ ବ୍ୟବହାର କରିଥାନ୍ତି । ଯାହା ଠିକ ନୁହଁ । କାରଣ ଶରୀରର ସ୍କିନ ମୁହଁର ସ୍କିନ ଠାରୁ ଅଲଗା ହୋଇଥାଏ । ତେଣୁ ବଡ଼ି ଲୋସନକୁ ମୁହଁରେ ବ୍ୟବହାର କରିବା ଉଚିତ ନୁହେଁ । ତେବେ ଜାଣିବା କ’ଣ ପାଇଁ ବଡ଼ି ଲୋସନକୁ ମୁହଁରେ ଲଗାଇବା ଉଚିତ ନୁହେଁ ।
- ମୁହଁର ତ୍ୱଚା ଶରୀରର ଅନ୍ୟ ତ୍ୱଚା ତୁଳନାରେ ଅଧିକ କୋମଳ ହୋଇଥାଏ । ଶରୀରର ତ୍ୱଚା ମୋଟା ହୋଇଥାଏ ଯଦ୍ୱାରା ମଶ୍ଚରାଇଜ ତୁଳନାରେ ଅଧିକ ଗାଢ଼ାର ଲୋସନ ଲଗାଯାଇଥାଏ । ହେଲେ ମୁହଁରେ ସେହି ଲୋସନ ବ୍ୟବହାର କଲେ ତାହାର ପ୍ରତିକ୍ରିୟା ଦେଖାଯାଇଥାଏ ।
- ବଡ଼ି ଲୋସନ ବହୁତ ମୋଟାଳିଆ ହୋଇଥାଏ । ଏହାକୁ ଯଦି ମୁହଁରେ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ତ୍ୱଚା ଏହାକୁ ଶୋଷଣ କରିବାରେ କଷ୍ଟ ହୋଇଥାଏ । ଏହାଛଡ଼ା ଧୂଳି ଓ ପ୍ରଦୂଷଣ ମୁହଁରେ ଲାଗି କି ରହିଥାଏ । ଯଦ୍ୱାରା ସ୍କିନ ନଷ୍ଟ ହୋଇଯାଏ ।
- ବଡ଼ି ଲୋସନ ମୁହଁର କୋମଳ ତ୍ୱଚା ଉପରେ ଆଲର୍ଜି କରାଇଥାଏ । ବଡ଼ି ଲୋସନରେ ଥିବା ରାସାୟନିକ ତତ୍ତ୍ୱ ଆପଣଙ୍କ ମୁହଁର ତ୍ୱଚା ପାଇଁ ହାନିକାରକ ହୋଇପାରେ ।
- ବଡ଼ି ଲୋସନକୁ ସୁଗନ୍ଧ ଓ ରଙ୍ଗିନ କରିବା ପାଇଁ ଏଥିରେ କୃତ୍ରିମ ସୁଗନ୍ଧ ଓ ରଙ୍ଗ ବ୍ୟବହାର କରାଯାଇଥାଏ । ତେଣୁ ଯେତେବେଳେ ଏହାକୁ ମୁହଁରେ ଲଗାନ୍ତି ସେତେବେଳେ ରାସାୟନିକ ସାମଗ୍ରୀ ଆପଣଙ୍କ ତ୍ୱଚାକୁ ଖରାପ କରିପାରେ । ଏହା ଲଗାଇବା ଦ୍ୱାରା ମୁହଁ ଜଳିବା ସହିତ କୁଣ୍ଡାଇ ହେବା ସମସ୍ୟା ମଧ୍ୟ ଦେଖାଯାଇଥାଏ ।
Comments ସମସ୍ତ ମତାମତ