Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏହି ବ୍ଲଡ ଗ୍ରୁପଙ୍କ ଠାରେ କରୋନା ସଂକ୍ରମଣ ଆଶଙ୍କା କମ

    Share on :
    ajab-Image
    Date: Oct 18, 2020    Views: 3799

    ନୂଆଦିଲ୍ଲୀ : ମହାମାରୀ କୋଭିଡ-୧୯ ସଂକ୍ରମଣ ସାରା ବିଶ୍ୱକୁ ବ୍ୟାପି  । ବହୁ ଦେଶ କରୋନାରେ ପ୍ରଭାବିତ ହୋଇଛି  । ଏହାର ନିଦାନ ଲାଗି ବିଶ୍ୱବ୍ୟାପୀ ଗବେଷକମାନେ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି  । ଏହି ସମୟରେ ବ୍ରଡ ଗ୍ରୁପକୁ ନେଇ ଗବେଷକମାନେ ନୂଆ ତଥ୍ୟ ଦେଇଛନ୍ତି  । ଭିନ୍ନ ଭିନ୍ନ ରକ୍ତ ଗ୍ରୁପ ଦ୍ୱାରା କିପରି କରୋନା ଭୂତାଣୁ ସଂକ୍ରମଣ ପ୍ରଭାବିତ ହେଉଛି ତାହାର ଅନୁଧ୍ୟାନ କରି ଗବେଷକମାନେ ନୂତନ ଦିଗଦର୍ଶନ ଦେଇଛନ୍ତି  ।

    ବିଶେଷ କରି ‘ଓ’ ବ୍ଲଡ ଗ୍ରୁପ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଅପେକ୍ଷା ଅନ୍ୟ ବ୍ଲଡ ଗ୍ରୁପ ଲୋକଙ୍କ କ୍ଷେତ୍ରରେ କରୋପା ଭୂତାଣୁ ସଂକ୍ରମଣ ଅଦବକ ବୋଲି ଗବେଷଣାରୁ ଜଣାଯାଇଛି  । ସ୍ୱାସ୍ଥ୍ୟ ଭିତ୍ତିକ ପତ୍ରିକା ବ୍ଲଡ ଆଡଭାନ୍ସେସରେ ପ୍ରକାଶିତ ତଥ୍ୟାନୁଯାୟୀ ‘ଓ’ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କର ଅନ୍ୟମାନଙ୍କ ଅପେକ୍ଷା ସଂକ୍ରମଣ ଆଶଙ୍କା କମ ଥାଏ  । ଅପରପକ୍ଷେ ଏ, ବି ଏବଂ ଏବି ଗ୍ରୁଫ ରକ୍ତ ଥିବା ଲୋକମାନେ ଅଧିକ ସଂକ୍ରମଣ ପ୍ରବଣ ହେବା ସହ ସେମାନଙ୍କ ଠାରେ ୪ ପ୍ରକାର ଔଷଧ କ୍ୱଚିତ କାମ କରିଥାଏ ବୋଲି ଅନ୍ୟ ଏକ ଅନୁଧ୍ୟନରୁ ଜଣାଯାଇଛି  । ତେବେ ଏହା କାହିଁକି ଘଟୁଛି ସେନେଇ ଗବେଷଣା ଜାରି ରହିଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook