Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରକ୍ତ କର୍କଟ ରୋଗୀଙ୍କୁ ଅଧିକ ହେଉଛି କରୋନା

    Share on :
    ajab-Image
    Date: Sep 16, 2020    Views: 2815

    ଲଣ୍ଡନ: ରକ୍ତକର୍କଟରେ ଆକ୍ରାନ୍ତ ରୋଗୀଙ୍କ ଠାରେ କରୋନା ସଂକ୍ରମଣ ଅଧିକ ହେଉଥିବା ଏକ ଗବେଷଣାରୁ ଜଣାପଡ଼ିଛି  । ରକ୍ତ କର୍କଟ ରୋଗୀ ମହାମାରୀ କୋଭିଡ-୧୯ ଦ୍ୱାରା ସର୍ବାଧିକ ସଂକ୍ରମଣ ହେବାର ଆଶଙ୍କା ରହିଥିବା ଏହି ଗବେଷଣାରୁ ଜଣାପଡ଼ିଛି  । 
    ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଓ ବର୍ମିଂହାମ ବିଶ୍ୱବିଦ୍ୟାଳୟ ଦ୍ୱାରା ସଂଘଟିତ ସଂଯୁକ୍ତ ରାଜ୍ୟ (ୟୁକେ) କର୍କଟ ଅନୁଧ୍ୟାନ ପ୍ରକଳ୍ପର ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ଲାନସେଟ ଅଙ୍କୋଲୋଜି ପତି୍ରକାରେ ପ୍ରକାଶିତ ହୋଇଛି । କରୋନା ଭୂତାଣୁ ସଂସ୍ପର୍ଶରେ ଆସିଲେ ରକ୍ତ କର୍କଟ ରୋଗୀମାନେ ଅତି ଗୁରୁତର ହୋଇଯିବା ଆଶଙ୍କା ୫୭ ପ୍ରତିଶତ ଅଧିକ ବୋଲି ଏହି ଅନୁଧ୍ୟାନରୁ କୁହାଯାଇଛି । ବିଶେଷ କରି ସ୍ତନକର୍କଟ, ମୁଖଗହ୍ୱର କର୍କଟ ଓ ଫୁସଫୁସ କର୍କଟ ପରି ଅନ୍ୟାନ୍ୟ କର୍କଟ ରୋଗୀଙ୍କ ସହ ତୁଳନା କରି ଏହା ଫଳାଫଳ ମିଳିଛି । ସମଗ୍ର ୟୁକେର ୬୦ଟି କର୍କଟ ଚିକିତ୍ସା କେନ୍ଦ୍ରରୁ ମିଳିଥିବା ତଥ୍ୟକୁ ପାଥେୟ କରି ଗବେଷକମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook