Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଗୋଲମରିଚର ଗୁଣ

    Share on :
    ajab-Image
    Date: Nov 3, 2019    Views: 25

    ଔଷଧୀୟ ଗୁଣରେ ଭରପୁର ଗୋଲମରିଚ ସ୍ଥାନ ଆମ ରୋଷଶାଳାରେ ବେଶ ସ୍ୱତନ୍ତ୍ର । କେହି ଚା’ରେ ଏହାକୁ ଗୁଣ୍ଡ କରି ପ୍ରୟୋଗ କଲାବେଳେ ଅନ୍ୟ କେହି ଚାଇନିଜ ଖାଦ୍ୟରେ ମଧ୍ୟ ଏହାକୁ ବ୍ୟବହାର କରିଥାନ୍ତି । ହିତକାରୀ ଗୋଲମରିଚ ଆମ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରକାର ଉତ୍ତମ ପ୍ରଭାବ ପକାଏ ବୋଲି ବିଶେଷଜ୍ଞଙ୍କ ମତ ।

    ଗୋଲମରିଚରେ ପେପରିନ ନାମକ ଏକ ତତ୍ତ୍ୱ ଥାଏ । ଲୌହ, ପୋଟାସିୟମ, ମାଙ୍ଗାନିଜ ଜିଙ୍କ, ଭିଟାମିନ, କ୍ରୋମିୟମ ତତ୍ତ୍ୱ ଥିବା ଗୋଲମରିଚର ଉପଯୋଗ କଲେ ଆଖିର ଜ୍ୟୋତି ବଢ଼ିଥାଏ । ଆଜିକାଲି ଯୁବପିଢ଼ି ନିଶାସେବନ କରିବା କାରଣରୁ ସେମାନଙ୍କ ଆଖିର ଜ୍ୟୋତି ହ୍ରାସ ପାଏ । ସେଥିରୁ ରକ୍ଷା ପାଇବାକୁ ହେଲେ ପ୍ରତ୍ୟହ ଗୋଲମରିଚ ଗୁଣ୍ଡ ମିଶାଇ ପିଇବା ଉଚିତ ।

    ଏକ ସର୍ବେକ୍ଷଣ ଅନୁସାରେ ଗୋଲମରିଚ ଗୁଣ୍ଡ ନିୟମିତ ଅଧଚାମଚ ସେବନ କଲେ ମହିଳାଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା କମ ଥାଏ । ପୁରୁଷମାନେ ମଧ୍ୟ ପ୍ରତ୍ୟହ ଗୋଲମରିଚ ସେବନ କରିବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହିତକାରୀ ।

    ମାନସିକ ଚାପରେ ରହୁଥିବା ଲୋକ ଗୋଲମରିଚ ଅଳ୍ପ ପରିମାଣରେ ଖାଇବା ଉଚିତ । ଗୋଲମରିଚରେ ଏଭଳି ତତ୍ତ୍ୱ ଅଛି ଯାହା ଆମକୁ ଚାପ ମୁକ୍ତ କରିଥାଏ ।

     

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook