ମୁଖ୍ୟ ଖବର
ନୂଆଦିଲ୍ଲୀ: ବିଦେଶରେ ଥିବା କଳାଧନ ବିଷୟରେ ବିଭିନ୍ନ ଉପାୟରେ କେନ୍ଦ୍ର ସରକାରଙ୍କ ପାଖକୁ ତଥ୍ୟ ଓ ସୂଚନା ପହଞ୍ଚୁଛି । ନିକଟ ଅତୀତରେ ଅନେକ ଦେଶ ଓ ସଂସ୍ଥା ସହ ତଥ୍ୟ ଆଦାନ ପ୍ରଦାନ ପାଇଁ ସରକାର ଚୁକ୍ତି କରିଥିଲେ । ସେଥିରୁ ଅନେକ ସୂଚନା ମିଳୁଛି । ସେହି ଆଧାରରେ ତଦନ୍ତ କାର୍ଯ୍ୟ ଆଗକୁ ବଢ଼ାଇବା ଲାଗି ଆୟକର ବିଭାଗ ଅଧୀନରେ ଏକ ସ୍ୱତନ୍ତ୍ର ୟୁନିଟ ଖୋଲାଯାଇଛି । ତାହାର ନାମ ହେଉଛି ‘ଫରେନ ଆସେଟ ଇନଭେଷ୍ଟିଗେସନ ୟୁନିଟ’ (ବୈଦେଶିକ ସମ୍ପତ୍ତି ତଦନ୍ତ ୟୁନିଟ) ଆୟକର ବିଭାଗର ସାରା ଦେଶରେ ଥିବା ସମସ୍ତ ୧୪ଟି ତଦନ୍ତ ନିଦେ୍ର୍ଧଶାଳୟରେ ଏହି ସ୍ୱତନ୍ତ୍ର ୟୁନିଟ ଖୋଲାଯାଇଛି । ବିଦେଶ କଳାଧନ ମାମଲା ଗୁଫିକର ତଦନ୍ତ ଦାୟିତ୍ୱ ଏହି ୟୁନିଟକୁ ଦିଆଯାଇଛି । ଏହି ଚଢ଼ଉ କରିବା ସହ ସମ୍ପତ୍ତି ଜବତ କରାଯାଇପାରିବ । କଳାଧନ ଖୋଜିବା ଲାଗି ଗୁଇନ୍ଦା ବ୍ୟବସ୍ଥା ବିକଶିତ କରିବ ଏବଂ ଟିକସ ଠକେଇ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ଉପାୟର ଯାଞ୍ଚ କରିବା କାର୍ଯ୍ୟ କରିବ । ୟୁନିଟ ଖୋଲିବା ପାଇଁ ଗତ ବର୍ଷ ନଭେମ୍ବରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଞ୍ଜୁରି ଦେଇଥିଲେ । ଟିକସ ବିଭାଗର ୬୯ଟି ପଦକୁ ଏହି ୟୁନିଟ ବ୍ୟବହାର ପାଇଁ କରାଯାଇଛି ।
Comments ସମସ୍ତ ମତାମତ