Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦୁଇ ବର୍ଷରେ ୧୭ ବିଜେପି କର୍ମୀଙ୍କୁ ହତ୍ୟା, ଜାଣନ୍ତୁ କେଉଁ ଅଂଚଳର କେଉଁ ନେତା ?

    Share on :
    ajab-Image
    Date: Jan 9, 2021    Views: 3064

    କଟକ : ଡିଜି ଅଫିସରେ ବିକ୍ଷୋଭ ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟରେ ବିଜେପିର ୧୭ ଜଣ କର୍ମୀଙ୍କୁ ଗଲା ଦୁଇ ବର୍ଷ ଭିତରେ ହତ୍ୟା କରାଯାଇଥିବା ତାଲିକା ପ୍ରଦାନ କରିଛନ୍ତି । ମାହାଙ୍ଗାର କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ସହିତ ଢେ଼ଙ୍କାନାଳ ତରଭାର ସଲମାନ ରାଉତ, ମାଲକାନଗିରି ତମସା ପଞ୍ଚାୟତର ସପନ ବାବଲି, ମୟୂରଭଞ୍ଜ ଉଦଳାର ଉତ୍ତମ ବିଶ୍ୱାଳ, ଗଜପତି କରମଦାର ମୀନତି ଶବର, ଭଦ୍ରକ ବନ୍ତର ସୁରେଶ ରାଉତ, କୋରାପୁଟ ବନ୍ଧଗାଁର କାମେଶ୍ୱର ପାଲକା, ବଲାଙ୍ଗୀର ଭୁଣ୍ଡିମୁହଁର ରୋହିତ ପ୍ରଧାନ, ରାୟଗଡ଼ା ନାରାୟଣପାଟଣାର ଅଭିଳାଶ ବାଗ, ଗଞ୍ଜାମ ବୁଗୁଡ଼ା ହିଞ୍ଜିଳି ଓ ମର୍ଦ୍ଧକୋଟର ଶିଶିର ନାୟକ, ବୁଲୁ ପ୍ରଧାନ, ପୀତାମ୍ବର ସ୍ୱାଇଁ, କେନ୍ଦ୍ରାପଡ଼ା ପାଟକୁରା ଓ କଁସରର ବଳରାମ ଜେନା ଓ ମମତାରାଣୀ ସାମଲ, ଖୋର୍ଦ୍ଧା ଜଙ୍କିଆର ଚିତ୍ରସେନ ଜେନା ଓ ମଙ୍ଗୁଳି ଜେନା ଦୁଇ ବର୍ଷ ଭିତରେ ହତ୍ୟା କରାଯାଇଥିବା ସାଂସଦ ଶ୍ରୀମତୀ ଷଡଙ୍ଗୀ ଏକ ତାଲିକା ଦେଇଛନ୍ତି । ରାଜ୍ୟରେ ଅପରାଧ ହାର ବୃଦ୍ଧି ପାଉଥିବା ବେଳେ ଦୋଷୀ ସାବ୍ୟସ୍ତ ହାର ହ୍ରାସ ପାଉଛି । ପୁଲିସର ଦୁର୍ବଳ ତଦନ୍ତ ଯୋଗୁଁ ଅପରାଧୀ ଜାମିନ ପାଇଯାଉଛି । 

    Maximum 500 characters

    ରାଜନୀତି View all

    Find Us on Facebook