Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଚୀନ ଦୂତାବାସ ପକ୍ଷରୁ ୯୦ ଲକ୍ଷ ଟଙ୍କା ଚାନ୍ଦା ଦିଆଯାଇଛି: ବିଜେପି

    Share on :
    ajab-Image
    Date: Jun 26, 2020    Views: 4507

    ଭୋପାଳ: ବିଜେପିର ଜାତୀୟ ସଭାପତି ଜେ.ପି ନଡ୍ଡା ମଧ୍ୟପ୍ରଦେଶରେ ଭର୍ଚୁାଲ ର୍ୟାଲିକୁ ସମ୍ବୋଧନ କରି କଂଗ୍ରେସ ଉପରେ କଡ଼ା ପ୍ରହାର କରିଛନ୍ତି । ରାଜୀବ ଗାନ୍ଧି ଫାଉଣ୍ଡେସନ ଚାନ୍ଦା ନାମରେ ଚୀନଠାରୁ ମୋଟା ରକମ ନେଉଛି ବୋଲି ନଡ୍ଡା କହିଛନ୍ତି । ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଚୀନ ଦୂତାବାସ ପକ୍ଷରୁ ୯୦ ଲକ୍ଷ ଟଙ୍କା ଚାନ୍ଦା ଦିଆଯାଇଛି ବୋଲି ନଡ୍ଡା କହିଛନ୍ତି । କଂଗ୍ରେସ ଏବଂ ଚୀନ ଭିତରେ ଗୁପ୍ତ ସମ୍ପର୍କ ରହିଛି ଏବଂ କଂଗ୍ରେସ ଏହି ମାମଲାରେ ଜବାବ ଦେବାକୁ ବାଧ୍ୟ ବୋଲି ସେ କହିଛନ୍ତି । ଚୀନରୁ ପାଣ୍ଠି ନେଇ କଂଗ୍ରେସ ଦେଶରେ ଚୀନ ସପକ୍ଷରେ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି । ଡୋକଲାମ ବିବାଦ ସମୟରେ ରାହୁଲ ଗାନ୍ଧି ଚୀନ ରାଷ୍ଟ୍ରଦୂତଙ୍କୁ ଗୁପ୍ତରେ ଭେଟିଥିଲେ । ଏହା ପଛରେ କି ରହସ୍ୟ ଥିଲା ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି । କଂଗ୍ରେସର ବିଭାଜନକାରୀ ନୀତିର କୁପରିଣାମ ଦେଶକୁ ଭୋଗିବାକୁ ପଡୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଏକତା ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଯାଇଛି । ଭାରତରେ ୧୦୬ଟି ଆଇନ ଏବେ ଜମ୍ମୁ କାଶ୍ମୀର ରେ ଲାଗୁ ହୋଇଛି  । ସୀମାରେଭାରତ ନିଜର ସ୍ଥିତି ସୁଦୃଢ଼ କରୁଛି ଏବଂ ଭାରତକୁ କେହି ଆଖି ଦେଖାଇଲେ ତାହାର କଡ଼ା ଜବାବ ଦିଆଯାଉଛି ।
    ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ କହିଛନ୍ତି ଯେ କଂଗ୍ରେସ ବିଦେଶୀ ଶକ୍ତିଙ୍କଠାରୁ ଏଭଳି ଚାନ୍ଦା ସରକାରଙ୍କ ବିନା ଅନୁମତିରେ ନେଇପାରିବେ ନାହିଁ । ଚୀନ ଦୂତାବାସରୁ ରାଜୀବ ଗାନ୍ଧି ଫାଉଣ୍ଡେସନ ଏତେ ମୋଟା ଅଙ୍କର ଅର୍ଥ କାହିଁକି ନେଉଛି ସେ ବାବଦରେ ସ୍ଥିତି ସ୍ପଷ୍ଟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook