Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟସରକାରଙ୍କୁ ପୃଥ୍ୱୀରାଜଙ୍କ ଟାର୍ଗେଟ

    Share on :
    ajab-Image
    Date: Jan 13, 2020    Views: 3468

    ଭୁବନେଶ୍ୱର:  ଏସଇବିସିଙ୍କୁ  ସଂରକ୍ଷଣ ପ୍ରସଙ୍ଗରେ ବିଜେପି ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।  ଏନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,  ଓବିସି କମିଶନର ନିଯୁକ୍ତିରେ ରାଜ୍ୟ ସରକାର ଅବହେଳା କରିଛନ୍ତି ।  ରାଜ୍ୟ ସରକାର ଓବିସି ବର୍ଗଙ୍କ ଉନ୍ନତି ଚାହୁଁନାହାନ୍ତି ବୋଲି ଏହା ଦର୍ଶାଉଛି ।  ଏକମାତ୍ର ଓଡ଼ିଶାରେ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ଲାଗୁ ହୋଇନାହିଁ ।  ଚାକିରି କିମ୍ବା ଶିକ୍ଷା କ୍ଷେତ୍ରରେ ସରକାର ସଂରକ୍ଷଣ ଲାଗୁ କରିନାହାନ୍ତି ।  ଏସଇବିସି ବର୍ଗର ଲୋକଙ୍କୁ ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ କାହିଁକି ସଂରକ୍ଷଣ ମିଳିନାହିଁ ।  ୨୬ ବର୍ଷ ହେଲା ଓଡ଼ିଶା କାହିଁକି ଏଥିରୁ ବଞ୍ଚିତ, ରାଜ୍ୟ ସରକାର ଏ ସମ୍ପର୍କରେ ସ୍ପଷ୍ଟ କରନ୍ତୁ ବୋଲି ପୃଥ୍ୱୀରାଜ ହରିଚନ୍ଦନ  ଦାବି କରିଛନ୍ତି ।

    ସେହିପରି  ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ସରକାର ଗୁରୁଚଣ୍ଡାଳ ତ୍ରୁଟି କରିଛନ୍ତି ।  ଓବିସି ତାଲିକା କଲେ ଦଳୀୟ ଭିତ୍ତିରେ କରିବେ ବୋଲି ଆମେ ଭାବୁଛୁ ।  ଆମର ସନେ୍ଦହ ଏଥିରେ ବି ରାଜନୀତିକରଣ ହେବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook