ମୁଖ୍ୟ ଖବର
ପୁରୀ : ବଗଲା ଧର୍ମଶାଳା ଜମି ପାଇଁ ୨୭ ଦିନର ଗଣଧାରଣା ଓ ଦସ୍ତଖତ ଅଭିଯାନ ପରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ପଦଯାତ୍ରା ଆରମ୍ଭ କରାଯାଇଛି । ଶ୍ରୀମନ୍ଦିର ସିଂହଦ୍ୱାରରୁ ନବୀନ ନିବାସ ପର୍ଯ୍ୟନ୍ତ ବିଜେପି ପଦଯାତ୍ରା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉପଲକ୍ଷେ ବିଜେପି ବିଧାୟକ, ଦଳୀୟ ନେତା ଓ କର୍ମୀମାନେ ସିଂହଦ୍ୱାରରୁ ନବୀନ ନିବସ ଅଭିମୁଖେ ପଦଯାତ୍ରା କରିଛନ୍ତି ।
ବିଜେପିର ଅଭିଯୋଗ ହେଲା, ବଗଲା ଜମି ବିବାଦ କୋର୍ଟଙ୍କ ବିଚାରାଧୀନ ଥିବା ବେଳେ ସରକାର ତଥା ଜିଲ୍ଲା ପ୍ରଶାସନ ଚଞ୍ଚକତା ପୂର୍ବକ ଏହାକୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ବିସ୍ଥାପିତ କିଛି ଲଜ ମାଲିକଙ୍କୁ ବିକି୍ର କବଲା ଧରିଛି । ଏହି ବିକି୍ର କବଲାକୁ ରଦ୍ଧ କରିବାକୁ ଜିଲ୍ଲା ବିଜେପି ଦାବି କରିଛି । ସେହିଭଳି ପୁରୁଣା ଜେଲ ସ୍ଥାନାନ୍ତର ପରେ ଖାଲି ପଡ଼ିଥିବା ଏହାର ପ୍ରଶସ୍ତ ଜାଗାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ମିଶାଇବାକୁ ଜିଲ୍ଲା ବିଜେପି ଦାବି କରିଛି । ଏହି ଦାବିରେ ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦଯାତ୍ରାରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।
Comments ସମସ୍ତ ମତାମତ