Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶା ବଙ୍ଗଳା ପଥରେ ଯାଉଛି କି: ସମ୍ବିତ

    Share on :
    ajab-Image
    Date: Jan 4, 2021    Views: 3933

    ଭୁବନେଶ୍ୱର: ଓଡ଼ିଶା ବଙ୍ଗଳା ପଥରେ ଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣାରେ ଶ୍ରୀ ପାତ୍ର ଏଭଳି ପ୍ରଶ୍ନ କରିଛନ୍ତି । 

    ସେ କହିଛନ୍ତି ଯେ, ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁର୍ନୀତି ବିରୋଧରେ କହିବାରୁ କୁଳମଣିଙ୍କୁ ହତ୍ୟା କରାଯାଇଛି ।  ମନ୍ତ୍ରୀଙ୍କ ନାଁ ଏତଲାରେ ମଧ୍ୟ ଉଲ୍ଲେଖ ରହିଛି । ତେବେ ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟା ଘଟିବାର ନଜିର ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ବଙ୍ଗଳା ପଥରେ ଯାଉଛି କି ବୋଲି  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି । 

    ଅନ୍ୟପକ୍ଷରେ ବିଜେପି ନେତାଙ୍କ ହତ୍ୟା ଓ  ନିଜ ନାମରେ ଏତଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି  ଆଇନମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା କହିଛନ୍ତି ଯେ,   ଓଡ଼ିଶାରେ କିଛି ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡପାଇବା ଲକ୍ଷ୍ୟ ହେଉ ।  ବିରୋଧୀ ରାଜନୈତିକ ଦଳ ଏହା ଚାହାନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ ।  ବିଜେପି ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଛି ।  ଆମ ନାମରେ ଯେଉଁ ଏତଲା ହୋଇଛି, ତଦନ୍ତ ହେଲେ ତାହାର ସତ୍ୟାସତ୍ୟ ଜଣାପଡ଼ିବ ।  ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ କି ଦୋଷୀ ଗିରଫ ହୋଇ ଦଣ୍ଡ ପାଆନ୍ତୁ ।  ବିଜେପି ଯାହା କରିବା କଥା କରୁ । ଆମେ ଯାହା କରିବା କଥା କରିବୁ ବୋଲି ଆଇନମନ୍ତ୍ରୀ  ପ୍ରତାପ ଜେନା କହିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook