Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଉପନିର୍ବାଚନ: କିଏ ହେଲେ ବିଜେପି ପ୍ରାର୍ଥୀ ଜାଣନ୍ତୁ

    Share on :
    ajab-Image
    Date: Oct 11, 2020    Views: 4289

    ଭୁବନେଶ୍ୱର:  ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।  ବାଲେଶ୍ୱର ସଦର ପାଇଁ ମାନସ କୁମାର ଦତ୍ତଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଛି । ସେହିପରି  ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ କରାଯାଇଛି । ଏନେଇ  ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ସୂଚନା ଦେଇଛନ୍ତି । 

    ମାନସ ଦତ୍ତ ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ହୋଇଥିବା ବେଳେ ରାଜକିଶୋର ବେହେରା କିଛିଦିନ ତଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।
    ରାଜକିଶୋର କଂଗ୍ରେସ ତରଫରୁ ୨ ଥର ବିଧାୟକ ପ୍ରାର୍ଥୀ ହୋଇ ଉକ୍ତ ଆସନରୁ ପରାଜିତ ହୋଇଥିଲେ । ହେଲେ ତିର୍ତ୍ତୋଲରେ ବିଜେପିର ଭଲ ସଂଗଠନ ନଥିବାରୁ ରାଜକିଶୋରଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଭୋଟ ହାତେଇବାକୁ ବସିଛି ବିଜେପି । ସେହିଭଳି ମାନସଙ୍କର ବୟସ କମ୍ ଓ ରାଜନୀତିରେ ସମୁଦାୟ ନୁଆ ମୁହଁ ହୋଇଥିଲେ ବି ତାଙ୍କ ବାପାଙ୍କ ମୃତ୍ୟୁ ପରେ ମାନସଙ୍କୁ ଅନୁକମ୍ପା ଭୋଟ ମିଳିବ ବୋଲି ଆଶା କରିଛି ବିଜେପି ।

    ପ୍ରକାଶ ଯେ, ବିଜେଡ଼ି ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ତିର୍ତୋଲ ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି  । ସେହିପରି ବିଜେପି ବିଧାୟକ ମଦନ ମୋହନ ଦତଙ୍କ ଅକାଳ ବିୟୋଗ ଯୋଗୁଁ ବାଲେଶ୍ୱର ଆସନଟି ଖାଲିପଡ଼ିଛି  । ଏହି ଦୁଇ ଉପନିର୍ବାଚନ ପାଇଁ ରାଜନୀତିକ ମାହୋଲ ସରଗରମ ହୋଇଯାଇଛି  । ତେବେ  ପ୍ରଥମେ ବିଜେପି ପକ୍ଷରୁ  ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ଏଯାଏଁ ବିଜେଡି ଓ କଂଗ୍ରେସ ପକ୍ଷରୁ  ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ । 

    Maximum 500 characters

    ରାଜନୀତି View all

    Find Us on Facebook