Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନେପାଳ ଓ ଶ୍ରୀଲଙ୍କାରେ ସରକାର ଗଢିବ ବିଜେପି, ଏଭଳି କିଏ କହିଲେ ଜାଣନ୍ତୁ

    Share on :
    ajab-Image
    Date: Feb 17, 2021    Views: 6491

    ଅଗରତାଲା: ତି୍ରପୁରା ମୁଖ୍ୟମନ୍ତ୍ରୀ ବିଳ୍ପବ ଦେବଙ୍କ ମନ୍ତବ୍ୟକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । ଏପରିକି ଏହି ବିବାଦ ଆନ୍ତର୍ଜାତିକ ସ୍ତରରେ ପହଞ୍ଚିଛି । ସୋମବାର ବିଳ୍ପବ ବିଜେପିର ଏକ ବୈଠକରେ କହିଥିଲେ ଯେ ଦଳ ଏବେ ପଡୋଶୀ ନେପାଳ ଓ ଶ୍ରୀଲଙ୍କାରେ ସରକାର ଗଠନ କରିବାକୁ ଯୋଜନା କରିଛି । ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏପରି ଯୋଜନା କରୁଥିବା ବିଳ୍ପବ କହିଥିଲେ । ସେ କହିଥିଲେ ଭାରତର ଅନେକ ରାଜ୍ୟ ଏବେ ବିଜେପି ଶାସନାଧୀନ ରହିଛି । ଆଗାମୀ ଦିନରେ ଅନ୍ୟ ରାଜ୍ୟ ଗୁଡ଼ିକୁ ବିଜେପି ଶାସନାଧୀନ ହେବ । ଏପରିକି ପଡୋଶୀ ଦେଶ ନେପାଳ ଓ ଶ୍ରୀଲଙ୍କା ମଧ୍ୟ ବିଜେପି ଶାସନକୁ ଆସିବ । ବିଳ୍ପବଙ୍କ ଏପରି ମନ୍ତବ୍ୟକୁ ନେଇ ନେପାଳ ସରକାର ଦୃଢ଼ ପ୍ରତିବାଦ କରିଛନ୍ତି । ନେପାଳ ବୈଦେଶିକ ମନ୍ତ୍ରୀ ପ୍ରତାପ କୁମାର ଗେୱାଲି କହିଛନ୍ତି ଯେ ତି୍ରପୁରା ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଭାରତ ସରକାରଙ୍କ ନିକଟରେ ବିଧିବଦ୍ଧ ପ୍ରତିବାଦ ଜଣାଯାଇଛି । ସେହିପରି ନୂଆଦିଲ୍ଲୀରେ ଅବସ୍ଥାପିତ ନେପାଳ ରାଷ୍ଟ୍ରଦୂତ ନିଳାମ୍ବର ଆଚାର୍ଯ୍ୟ ଭାରତ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅରିନ୍ଦମ ବାଗଚିଙ୍କ ସହିତ ଏ ସମ୍ପର୍କରେ କଥା ହୋଇଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook