Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନିରଞ୍ଜନଙ୍କ ଅଭିଯୋଗ ନେଇ ଏହା କହିଲେ ପୃଥ୍ୱୀରାଜ

    Share on :
    ajab-Image
    Date: Jan 18, 2021    Views: 5002

    ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ । ଆକ୍ରମଣ ଘଟଣାକୁ ନେଇ  ବିଜେପି ଯୁବମୋର୍ଚ୍ଚାକୁ ନିରଞ୍ଜନ ଦାୟୀ କରିଥିବାବେଳେ ଏହାର ଜବାବ ଦେଇଛି ବିଜେପି । 

    ଏହି ପରିପ୍ରେକ୍ଷୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ,  ରାଜନୈତିକ ହିଂସା କେବେ ଗ୍ରହଣୀୟ ନୁହେଁ, ନିନ୍ଦା କରିବା ଦରକାର ।  ବିଜେପି ହିଂସାରେ ବିଶ୍ୱାସ କରେ ନାହିଁ ।  ବିଜେପି ସହ ନିଷ୍ଠାରେ ଜଡ଼ିତ ବ୍ୟକ୍ତି ଏଭଳି ହିଂସାକାଣ୍ଡ କରିବେନି ।  ପଞ୍ଚାୟତ ନିର୍ବାଚନରେ ୧୫ ଜଣ ରାଜନୈତିକ ହିଂସାର ଶିକାର ହୋଇଥିଲେ ।  କଂଗ୍ରେସ କେବେ ଏହି ପ୍ରସଙ୍ଗ ଉଠାଇ ନଥିଲା ବୋଲି ପୃଥ୍ୱୀରାଜ କହିଛନ୍ତି ।

    ଏହାଛଡ଼ା ମାହାଙ୍ଗାର କୁଳମଣୀ ବରାଳଙ୍କ ହତ୍ୟା ଘଟଣାରେ ବି  କଂଗ୍ରେସ ପକ୍ଷରୁ ଅଭିମୁଖ୍ୟ ରଖାଯାଇନଥିଲା ।  ବିଜେଡି ସହ ଯେଉଁ ଅଲିଖିତ ଗଠବନ୍ଧନ ଅଛି, ଯାହା ଯୋଗୁ ୨୦୦୯ରେ ବିଜେଡି ସରକାରଙ୍କୁ ବଞ୍ଚାଇଥିଲେ, ସେଥିପାଇଁ  କଂଗ୍ରେସ ପକ୍ଷରୁ ଏପରି ଅଭିଯୋଗ କରାଯାଇଥିବା ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । 
    ପ୍ରକାଶ ଯେ, ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ଓ ସୁରକ୍ଷା କର୍ମୀଙ୍କୁ ମାଡ଼ ନେଇ ନିରଞ୍ଜନ ଟୁଇଟ ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।   ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ଗତକାଲି ରାତିରେ କିଛି ଦୁର୍ବୃତ୍ତ ମୋ ଗାଡ଼ିକୁ ଆକ୍ରମଣ କରିଥିଲେ ।  ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କୁ  ପିଟିଥିଲେ । ଏନେଇ ଥାନାରେ ଏତଲା ହୋଇଛି ।  ତେବେ ଆକ୍ରମଣକାରୀ ବିଜେପି ଯୁବମୋର୍ଚ୍ଚା କର୍ମୀ ବୋଲି ଜାଣି ମୁଁ ଚକିତ ।  ଏହା ବିଜେପିର ରାଜନୈତିକ ଅଭିସନ୍ଧି ଓ ନୈରାଶ୍ୟର ପ୍ରତିଫଳନ । ବିଜେପି ପାଇଁ କଂଗ୍ରେସ ସବୁଠୁ ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଏମିତି କାଣ୍ଡ ଘଟିଛି ।  କାହିଁକି ବିଜେପି ଏମିତି କାପୁରୁଷୋଚିତ ଆଚରଣ କରୁଛି ବୋଲି ନିରଞ୍ଜନ ପ୍ରଶ୍ନ କରିଥିଲେ ।   ଏହାଛଡ଼ା ଯଦି ମୋ ସହ ଏଭଳି ହେଲା ତେବେ ଆମ ମା’ ଓ ଝିଅମାନେ କେତେ ସୁରକ୍ଷିତ ବୋଲି ନିରଞ୍ଜନ ପ୍ରଶ୍ନ କରିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook