Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜଭବନ ଗଲା ଆବାସ କେଳେଙ୍କାରୀ

    Share on :
    ajab-Image
    Date: Jan 14, 2021    Views: 4019

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ଗୁରୁବାର ବିଜେପି ରାଜ୍ୟପାଳଙ୍କୁ ଫେରାଦ ହୋଇଛି । ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟି ଏନେଇ ଅଭିଯୋଗ କରିଛନ୍ତି ।  ସମୀର ମହାନ୍ତି ଓ ସମ୍ବିତ ପାତ୍ରଙ୍କ ସହ ଅନ୍ୟ ନେତା ଓ ବିଧାୟକମାନେ ଆଜି ରାଜ୍ୟପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।  ଆବାସ ଯୋଜନା ଠିକଭାବେ କାର୍ଯ୍ୟକାରୀ ହେଉନଥିବା ସେମାନେ ଅଭିଯୋଗ କରିଛନ୍ତି ।  ଘର ପାଇଁ ଶାସକ ଦଳର ବିଧାୟକ ଓ ସରକାରୀ ଅଫିସର ଲାଞ୍ଚ ମାଗୁଥିବା ସମ୍ପୃକ୍ତ ପ୍ରତିନିଧିମଣ୍ଡଳୀ ଅଭିଯୋଗ କରିଛନ୍ତି ।  ଯାହା ଫଳରେ ଜାତୀୟ ହାରରୁ ଓଡ଼ିଶା ବହୁତ ପଛରେ ରହିଥିବା ସେମାନେ ଅଭିଯୋଗ କରିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook