ମୁଖ୍ୟ ଖବର
ଭୁବନେଶ୍ୱର: ୨୦୨୪ ରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି । ମଙ୍ଗଳବାର ଓଡ଼ିଶାର ୬ଟି ବିଜେପି କାର୍ଯ୍ୟାଳୟ ଉଦଘାଟନ କରି ସେ କହିଛନ୍ତି ଯେ ଏହା ବିଜେପିର ଏକ କୋଠା ନୁହେଁ ବରଂ ଏହା ଏକ ସଂସ୍କାର କେନ୍ଦ୍ର । ଏିହ ଭବନ ମାଧ୍ୟମରେ ଆମେ ଦଳ ସହ ଯୋଡ଼ି ହୋଇ ରହିଥାଉ । ଦଳର ସଂସ୍କାର କାର୍ଯ୍ୟାଳୟରୁ ହିଁ ମିଳିଥାଏ । ବିଶ୍ୱର ସର୍ବ ବୃହତ୍ତ ଦଳର ଏହି କାର୍ଯ୍ୟାଳୟଗୁଡ଼ିକ କାର୍ଯ୍ୟକର୍ତ୍ତାଙ୍କ ବିକାଶରେ ଭାଗିଦାର ହେବ । କେବଳ ସେତିକି ନୁହେଁ କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ସମସ୍ୟାର ସମାଧାନ କରାଯାଏ, କିନ୍ତୁ କିଛି ଦଳର କାର୍ଯ୍ୟାଳୟ ନିଜ ଘରୁ ଚାଲିଥାଏ ବୋଲି ଶ୍ରୀ ନଡ୍ଡା କହିଛନ୍ତି । ଦିଲ୍ଲୀଠାରେ ଶ୍ରୀ ନଡ୍ଡା ଭିଡିଓ କନଫରେନ୍ସିଂ ସାହାଯ୍ୟରେ ରାଜ୍ୟର ଅନୁଗୁଳ, ଢେ଼ଙ୍କାନାଳ, କେଉଁଝର, ବାରିପଦା, ସୁନ୍ଦରଗଡ଼ ଏବଂ ବରଗଡ଼ଠାରେ ବିଜେପିର ନୂତନ କାର୍ଯ୍ୟାଳୟ ଭବନକୁ ଉଦଘାଟନ କରିଝନ୍ତି । ସେ କହିଲେ ଯେ ଏବେ ସୁଦ୍ଧା ଦେଶର ୪୦୦ ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ନିର୍ମାଣ ହୋଇ ସାରିଥିବା ସମୟରେ ୨୦୦ ଜିଲ୍ଲାରେ ନିର୍ମାଣ କାମ ଚାଲିଛି ଏବଂ ବାକି ଅନ୍ୟ ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁ ରହିଛି । ଓଡ଼ିଶାରେ ଆଗାମୀ ଦିନରେ ଆଉ ୬ଟି କାର୍ଯ୍ୟାଳୟ ନିର୍ମାଣ ହେବ ବୋଲି ଶ୍ରୀ ନଡ୍ଡା କହିଛନ୍ତି । ୨୦୨୪ରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଶ୍ରୀ ନଡ୍ଡା କରିଛନ୍ତି ।
Comments ସମସ୍ତ ମତାମତ