ମୁଖ୍ୟ ଖବର
ଭୁବନେଶ୍ୱର: ଦେଶର ବହୁ ଅଣଓଡ଼ିଆଙ୍କ ଧାରଣା ପୁରୀ ଓଡ଼ିଶାରେ ନୁହେଁ, କଲିକତାରେ । ୨୦୧୯ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ସମ୍ବିତ ଭାଇ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ଦେଶବାସୀ ଜାଣିଲେ ପୁରୀ ଓଡ଼ିଶାରେ ବୋଲି ।’ ଗୋଟିଏ ମଞ୍ଜରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏପରି ବିବାଦୀୟ ମନ୍ତବ୍ୟ ଏବେ ରାଜ୍ୟବାସୀଙ୍କୁ ଚକିତ କରିଛି । ଏ ନେଇ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକି୍ରୟା ସୃଷ୍ଟି ହୋଇଛି । ଲେଖାଶ୍ରୀ କହିଛନ୍ତି ଯେ, ଦେଶର ଅଧିକାଂଶ ବ୍ୟକ୍ତି କଲିକତାକୁ ପଶ୍ଚିମବଙ୍ଗର ରାଜଧାନୀ ବୋଲି ଜାଣନ୍ତି ନାହିଁ । ସେହିପରି ପୁରୀ କଲିକତାରେ ବୋଲି କୁହନ୍ତି । ବିଜେପି ନେତା ସମ୍ବିତ ପାତ୍ର ଯଦି ଲୋକସଭା ନିର୍ବାଚନ ଲଢ଼ି ନଥାନ୍ତେ, ତା ହେଲେ ପୁରୀ ଓଡ଼ିଶାରେ ବୋଲି ବାହାର ଲୋକ ଜାଣିପାରିନଥାନ୍ତେ । ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ନିଜକୁ ଚର୍ଚ୍ଚାରେ ରଖୁଥିବା ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ଏବେ ଏହି ବିତଣ୍ଡା ଯୁକ୍ତି ବାଢ଼ି ପୁଣି ଥରେ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
Comments ସମସ୍ତ ମତାମତ