Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏଯାଏଁ ବିଜେଡ଼ି ସଂଗ୍ରହ କରିଛି ୪୧ ଲକ୍ଷ ସଭ୍ୟ

    Share on :
    ajab-Image
    Date: Nov 1, 2019    Views: 296

    ଭୁବନେଶ୍ୱର: ବିଜୁ ଜନତା ଦଳ ତାର ସଭ୍ୟ ସଂଗ୍ରହ ଅଭିଯାନକୁ ଆଉ ୩ ସପ୍ତାହକୁ ବୃଦ୍ଧି କରିଛି । ସଭ୍ୟ ସଂଗ୍ରହ ନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସମୀକ୍ଷା ବୈଠକରେ ଏହି ନଷ୍ପତ୍ତି ହୋଇଛି । ସଭ୍ୟ ସଂଗ୍ରହକୁ ଜୋରଦାର କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । ୧ କାଟି ସଭ୍ୟ ସଂଗ୍ରହ କରିବା ଲକ୍ଷ୍ୟରେ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ଅଭିଯାନରେ ଏବେସୁଦ୍ଧା ସମସ୍ତ ସାଂଗଠନିକ ଜିଲ୍ଲା ମିଶାଇ ୪୧ ଲକ୍ଷ ସଭ୍ୟ ସଂଗ୍ରହ ହୋଇଛନ୍ତି । ୪ ଲକ୍ଷ ସଭ୍ୟ ସଂଗ୍ରହ କରି ମୟୂରଭଞ୍ଜ ଜିଲ୍ଲା ବିଜେଡି ସବୁଠ ଆଗରେ ରହିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି ।

    ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭ୍ୟ ସଂଗ୍ରହ ସ୍ଥିତି ନେଇ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ନିର୍ବାଚନ ମଣ୍ଡଳୀରେ ୬୦ ହଜାର ସଭ୍ୟ ସଂଗ୍ରହ ହୋଇଛନ୍ତି, ସେସବୁ ନିର୍ବାଚନ ମଣ୍ଡଳୀରେ ଅଧିକ ସଭ୍ୟ ସଂଗ୍ରହ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ସମୀକ୍ଷାବେଳେ ଦେଖାଯାଇଥିଲା, ସଭ୍ୟ ସଂଗ୍ରହରେ ବାଲେଶ୍ୱର ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ଯାଜପୁର ଓ ଚତୁର୍ଥରେ ଗଞ୍ଜାମ ଜିଲ୍ଲା ବିଜେଡି ସ୍ଥାନ ପାଇଛି । ପ୍ରାୟ ୨ ହଜାର ସଭ୍ୟ ସଂଗ୍ରହ କରି ଚିଲିକା ନିର୍ବାଚନ ମଣ୍ଡଳୀ ସବୁଠୁ ପଛରେ ରହିଛି । ବୈଠକ ପରେ ସଭ୍ୟ ସଂଗ୍ରହ ଅଭିଯାନ କମିଟି ଆବାହକ ଦେବୀ ପ୍ରସାଦ ମିଶ୍ର କହିଥିଲେ, ସଭାପତିଙ୍କ ନିଷ୍ପତ୍ତିକ୍ରମେ ଗତ ସେପ୍ଟେମ୍ବର ୨ ତାରିଖରୁ ସାରା ରାଜ୍ୟରେ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି । ସଭ୍ୟ ସଂଗ୍ରହ କଲାବେଳେ ନୂତନ ସଦସ୍ୟମାନଙ୍କ ଆଧାର ନମ୍ବର ଓ ଭୋଟର ପରିଚୟ ପତ୍ର ନକଲ ଦେବା ପାଇଁ ବାଧ୍ୟତାମୂଳକ କରାଯାଇଛି । ବିଜୁ ଜନତା ଦଳରେ ସାମିଲ ହେବାକୁ ସବୁ ବର୍ଗର ଲୋକଙ୍କ ଭିତରେ ଆଗ୍ରହ ରହିଛି । ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ପ୍ରଶାସନ ପ୍ରତି ସାରା ରାଜ୍ୟରେ ଜନ ସମର୍ଥନ ରହିଛି । ଆଗକୁ ଧାର୍ଯ୍ୟ କରାଯାଇଥିବା ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ ଆସନ୍ତା ୩ ସପ୍ତାହ ଭିତରେ ପୂରଣ ହୋଇପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook