Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନଦୀ ଜଳ, ଓବିସି ପ୍ରସଙ୍ଗ ଉଠିବ

    Share on :
    ajab-Image
    Date: Jan 28, 2020    Views: 5165

    ଭୁବନେଶ୍ୱର: ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ନବୀ ଜଳ ବିବାଦ, କୋଇଲା ରୟାଲ୍‌ଟି, ଜିଏସଟି ବକେୟା ଏବଂ ଜନଗଣନାରେ ଏସସି/ ଏସଟି ସହ ଓବିସି କଲମ ରଖିବାକୁ ବିଜେଡି ପକ୍ଷରୁ ଦାବି କରାଯିବ ବୋଲି ସଂସଦୀୟ ଦଳ ବୈଠକ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି । 

    ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ବଜେଟ ଅଧିବେଶନରେ ବିଜେଡିର ଆଭିମୁଖ୍ୟ ନେଇ ଆଜି ନବୀନ ନିବାସରେ ସଂସଦୀୟ ଦଳ ବୈଠକ ବସିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ତେବେ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ ବିଜେଡିର ଆଭିମୁଖ୍ୟ ନେଇ ଆଲୋଚନା ହୋଇଛି ।

      ଏହି ଅବସରରେ ଲୋକସଭାରେ ବିଜେଡିର ସଂସଦୀୟ ନେତା ପିନାକୀ ମିଶ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ,  ବିଜେଡି ନାଗରିତକା ସଂଶୋଧନ ଆଇନକୁ ସମର୍ଥନ କରୁଛି । କିନ୍ତୁ ଏନଆରସିକୁ ସମର୍ଥନ କରୁନାହିଁ । ଏକଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିସାରିଛନ୍ତି ।  ଏନପିଆରରେ କିଛି ସଂଶୋଧନ ଚାହିଁଥିଲୁ ।  ଏନେଇ କେନ୍ଦ୍ର ସରକାର ରାଜି ହୋଇଛନ୍ତି ।  ଜନଗଣନାରେ ଏସସି/ଏସଟି ସହ ଓବିସି ଗଣନା ପାଇଁ କଲମ ରଖିବାକୁ ଦାବି କରାଯିବ । ସେହିପରି ରେଲୱେର ବାକି ଥିବା ପ୍ରକଳ୍ପ କାମକୁ ଆଗେଇ ନେବାକୁ ଦାବି କରିବୁ । କ୍ଲିନ ଏନର୍ଜି ସେସ, କୋଇଲା ରୋୟାଲଟି ଓ ଜିଏସଟି ବକେୟା  ପ୍ରଦାନ ନେଇ ଦାବି କରିବୁ ।  ପୋଲାଭୋରମ ଓ ମହାନଦୀ ନଦୀ ଜଳ ବିବାଦ ପ୍ରସଙ୍ଗକୁ ଗୃହରେ ଉଠାଇବୁ ।  ବିଧାନପରିଷଦ ପାଇଁ ଆମକୁ ପ୍ରତିଶ୍ରୁତି ମିଳିଛି ।  ସର୍ବଦଳ ସମର୍ଥନରେ ପ୍ରସ୍ତାବ ପାରିତ ହୋଇଛି । ଏନେଇ କେନ୍ଦ୍ରରୁ ପ୍ରତିଶ୍ରୁତି ମିଳିଛି ।  ସାଂସଦ-ବିଧାୟକଙ୍କ ମଧ୍ୟରେ ସମନ୍ୱୟ ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।  ସାଂସଦଙ୍କୁ ସେମାନଙ୍କ ପ୍ରଦର୍ଶନ ନେଇ ୨ ମାସିଆ ରିପୋର୍ଟ କାର୍ଡ ନିଦେ୍ର୍ଧଶ ଦେଇଥିବା ପିନାକୀ ମିଶ୍ର କହିଛନ୍ତି । 

    Loading...

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook