ମୁଖ୍ୟ ଖବର
ପିପିଲି: ପିପିଲି ଥାନା ପୁବା ଶାସନ ପଞ୍ଚାୟତ ମଧୁପୁରଠାରେ ଅପରାହ୍ନରେ ବିଜେଡିର ଏକ ବୈଠକରେ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ବୈଠକ ଚାଲିଥିବା ବେଳେ କର୍ମୀମାନେ ମାରପିଟ ହେବା ସହ କାଠ ଫାଳିଆ ମାଡ଼ରେ ଜନୈକ କର୍ମୀଙ୍କ ମୁଣ୍ଡ ଫାଟିଛି । ମୁଣ୍ଡ ଫାଟି ରକ୍ତସ୍ରାବ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଅଭିଯୋଗ ପରେ ଦୁଇଜଣଙ୍କୁ ଅଟକ ରଖିଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଗଣ୍ଡଗୋଳର କାରଣ ସ୍ପଷ୍ଟ ହୋଇନି । ମିଳିଥିବା ସୂଚନା ଅନୁସାରେ ବୈଠକ ଚାଲିଥିବା ବେଳେ କିଛି କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା ।
Comments ସମସ୍ତ ମତାମତ