ମୁଖ୍ୟ ଖବର
ଭୁବନେଶ୍ୱର: ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ସାଂଗଠନିକ ସମୀକ୍ଷା ବୈଠକ ଭର୍ଚୁଆଲ ମିଟିଂ ଜରିଆରେ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ରାପଡ଼ା, ନୟାଗଡ଼, ଢେ଼ଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ସାଂଗଠନିକ କାର୍ଯ୍ୟକୁ ସମୀକ୍ଷା କରାଯାଇଛି । ବୈଠକ ଆରମ୍ଭରେ ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ରାଜନୀତିଜ୍ଞ ଭାରତ ରତ୍ନ ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଜେଇଇ ଓ ନିଟ ପରୀକ୍ଷାର୍ଥୀମାନଙ୍କ ପାଇଁ ୭ଟି ପରୀକ୍ଷା କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେପରି ସୁବ୍ୟବସ୍ଥା କରାଯାଇଛି ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଓଡ଼ିଶାର ସାଢେ଼ ୪ କୋଟି ଜନସାଧାରଣ ଆମ ପରିବାର ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ତେଣୁ ଯୁବ ଛାତ୍ର ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ସବୁ ପ୍ରକାର ବିପଦ ଆପଦ ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିବା ଦରକାର । ଏବେ ଏକାଧିକ ଜିଲ୍ଲାରେ ବନ୍ୟା ଯୋଗୁ ଲକ୍ଷାଧିକ ଲୋକ ପ୍ରଭାବିତ ହେଉଛନ୍ତି । ବନ୍ୟା ପ୍ରପୀଡ଼ିତ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ଯୁବ ଛାତ୍ର କର୍ତ୍ତବ୍ୟନିଷ୍ଠ ହୋଇ ସେବା କରନ୍ତୁ । ସେହିପରି ରାଜ୍ୟର ମା’ମାନେ ପ୍ରତ୍ୟେକ କ୍ଷେତ୍ରରେ କିପରି ଉନ୍ନତି କରିବେ ସେଥିପାଇଁ ଯୁବ ଛାତ୍ରମାନଙ୍କର ମଧ୍ୟ ବିଶେଷ ଭୂମିକା ରହିଥିବା ଶ୍ରୀ ଦାସ ପରାମର୍ଶ ଦେଇଥିଲେ ।
Comments ସମସ୍ତ ମତାମତ