Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଧାୟକଙ୍କ ଦୁର୍ବ୍ୟବହାର ଓ କୋଭିଡ୍ ନିୟମାବଳୀର ଉଲ୍ଲଂଘନକୁ ବିଜେପିର ସମର୍ଥନ ଦୁର୍ଭାଗ୍ୟଜନକ: ବିଜେଡି

    Share on :
    ajab-Image
    Date: Jul 29, 2020    Views: 3433

    ଭୁବନେଶ୍ୱର, ୨୯/୦୭/୨୦୨୦: ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଗତକାଲି ଯେଭଳି ଶହେରୁ ଉଦ୍ଧ୍ୱର୍ ସମର୍ଥକଙ୍କ ସହିତ କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ସମ୍ବଲପୁର  ଜିଲ୍ଲାପାଳଙ୍କ ଦପ୍ତରରେ ଧସେଇ ପଶିଲେ ତାହାକୁ ସମ୍ବଲପୁରର ଜନସାଧାରଣଙ୍କ ସମେତ ସମଗ୍ର ରାଜ୍ୟବାସୀ ଦେଖିଛନ୍ତି । ଯଦି ଶ୍ରୀ ମିଶ୍ର ଜନସ୍ୱାର୍ଥ ପ୍ରସଙ୍ଗ ନେଇ ଆସିଥିଲେ ତେବେ ନିଜର ଦୁଇ ତିନିଜଣ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ ନିକଟକୁ ଆସିପାରିଥାନ୍ତେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । 

    ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଖୋଦ୍‍ ବିଧାୟକ ଶ୍ରୀ ମିଶ୍ର ଦଳର ବରିଷ୍ଠ ନେତା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାରମ୍ବାର କୋଭିଡ ନିୟମ ପାଳନ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । କିନ୍ତୁ ବିଧାୟକ ଶ୍ରୀ ମିଶ୍ର ଲୋକଙ୍କୁ ଦେଖାଇବା ପାଇଁ କୋଭିଡ କଟକଣାକୁ ଅମାନ୍ୟ କରିଛନ୍ତି । ମୁହଁରୁ ମାସ୍କ କାଢି ସେ ଯେଭଳି ଦଳବଳ ସହିତ ଆସିଲେ ଏବଂ ମହାମାରୀ ସମୟରେ ଜଣେ ଲୋକ ପ୍ରତିନିଧି ଭାବେ ଯେଭଳି ବ୍ୟବହାର ପ୍ରଦର୍ଶନ କଲେ ତାହା ଅତ୍ୟନ୍ତ ଖରାପ ଉଦାହରଣ ସୃଷ୍ଟି କରିଛି । ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ଯେ ଶ୍ରୀ ମିଶ୍ର କୋଭିଡ ଯୋଦ୍ଧାଙ୍କୁ ଧମକଚମକ ଦେବା ସହିତ ଖରାପ ବ୍ୟବହାର କରୁଛନ୍ତି । ଏପରିକି କୋଭିଡ ମୁକାବିଲା ସମୟରେ କାର୍ଯ୍ୟ କରୁଥିବା ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ସେ ଧମକ ଦେଇଛନ୍ତି । ଆମେ ସମସ୍ତେ ଏବେ କରୋନା ମହାମାରୀ ସହିତ ଲଢୁଥିବାବେଳେ ଜଣେ ଲୋକ ପ୍ରତିନିଧିଙ୍କର ଏହା କି ପ୍ରକାର ବ୍ୟବହାର ଏବଂ ଦିନରାତି କରୋନା ମୁକାବିଲା କରୁଥିବା ଯୋଦ୍ଧାଙ୍କ ମନୋବଳ ଏହାଦ୍ୱାରା ଭାଙ୍ଗୁନାହିଁ କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି । 

    ବିଜେପି ବିଧାୟକ ଶ୍ରୀ ମିଶ୍ର ଅତୀତରେ ସରକାରୀ ଅଫିସର ଏପରିକି ତାଙ୍କ ଦଳର ବରିଷ୍ଠ ନେତାଙ୍କୁ ଖରାପ ବ୍ୟବହାର କରିବା ସଂକ୍ରାନ୍ତରେ ସମ୍ବଲପୁରବାସୀ ବେଶ୍‍ ଅବଗତ । ହତ୍ୟା ଭଳି ମାମଲାରେ ଜଡିତ ଶ୍ରୀ ମିଶ୍ର ଜାମିନ୍‍ ପାଇ ବାହାରେ ଥିବାବେଳେ ମହାମାରୀ ସମୟରେ ଏଭଳି ଆଚରଣ ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବୋଧହୁଏ ଭୁଲିଯାଇଛନ୍ତି ଯେ ୨୦୧୭ ମସିହାରେ ସମ୍ବଲପୁର ଠାରେ ତାଙ୍କ ଉପରେ କିଭଳି ଆକ୍ରମଣ ହୋଇଥିଲା ଓ ଏଭଳି ମରଣାନ୍ତକ ଆକ୍ରମଣ ପଛରେ କିଏ ଥିଲା । ସମ୍ବଲପୁର ଠାରେ ବିଧାୟକ ଶ୍ରୀ ମିଶ୍ର ପ୍ରଦର୍ଶନ କରିଥିବା ଆଚରଣକୁ ରାଜ୍ୟ ବିଜେପିର ସଭାପତି ଭାବେ ଶ୍ରୀ ମହାନ୍ତି ଦୃଢ ଭାବେ ନିନ୍ଦା କରିବେ ବୋଲି ଆଶା କରାଯାଉଥିବାବେଳେ ସେ ଯେଭଳି ଏହାକୁ ସମର୍ଥନ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡକ୍ଟର ପାତ୍ର କହିଛନ୍ତି । ବିଜେପି ନେତାମାନେ ଏଭଳି ହିଂସାତ୍ମକ ଆଚରଣ ପ୍ରଦର୍ଶନ ନକରି କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଓଡିଶା ଓ କେନ୍ଦ୍ର ସରକାରଙ୍କୁ ସହାୟତା କରିବା ଆବଶ୍ୟକ । ମହାମାରୀ ସମୟରେ ଆପତ୍ତି ଅଭିଯୋଗ ଜଣାଇବାପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି । ଲୋକଙ୍କ ପାଇଁ ହେଉଥିବା ବାସ୍ତବ କାର୍ଯ୍ୟ ଓ ଡ୍ରାମାବାଜି ଭିତରେ ଥିବା ଫରକକୁ ଜନସାଧାରଣ ବେଶ୍‍ ଭଲଭାବେ ଜାଣିଛନ୍ତି ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

     

    Maximum 500 characters

    ରାଜନୀତି View all

    Find Us on Facebook