Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କିଏ ଧରିବ ଜୟପୁର ବିଜେଡିର ମଙ୍ଗ, ଜାଣନ୍ତୁ

    Share on :
    ajab-Image
    Date: Jun 27, 2020    Views: 3224

    ଜୟପୁର: ରାଜ୍ୟ ବିଜେଡି ପକ୍ଷରୁ ମିଳିଲା ସବୁଜ ସଂକେତ । ଏଣିକି ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀର ମଙ୍ଗ ଧରିବେ ପୂର୍ବତନ କେସିସି ବ୍ୟାଙ୍କ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ପତ୍ନୀ ଡ.ଇନ୍ଦିରା ନନ୍ଦ । ଗୁରୁବାର ସ୍ଥାନୀୟ ବାରିଶିପୁଟ ଜଳସେଚନ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ଚନ୍ଦ୍ରସାରଥୀ ବେହେରା ।
    ଶ୍ରୀ ବେହେରା କହିଛନ୍ତି, ଜୟପୁର, ନିର୍ବାଚନମଣ୍ଡଳୀର ବିଜେଡି ନେତା ଓ କର୍ମୀମାନେ ଆଗାମୀ ଦିନରେ ଶ୍ରୀମତୀ ନନ୍ଦଙ୍କୁ ସମର୍ଥନ କରିବା ସହ ସହଯୋଗ କରିବେ । ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ କର୍ମୀମାନେ ମତାନ୍ତର ଓ ମନାନ୍ତର ଭୁଲି ଏକାଠି ହୋଇ ଦଳ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଏବଂ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନ ଥିବା ବୋରିଗୁମ୍ମା ଓ ଜୟପୁର ବ୍ଲକର ଶତାଧିକ ବରିଷ୍ଠ ବିଜେଡି କର୍ମୀ ଓ ନେତା । ଶ୍ରୀ ବେହେରାଙ୍କ ଏଭଳି ସୂଚନା ପରେ କର୍ମୀ ମହଲରେ ଆନନ୍ଦର ଲହରି ଖେଳିଯାଇଛି ।  ନିର୍ବାଚନ ଶେଷ ହେବାର ବର୍ଷେ ପରେ ପ୍ରଥମ ଥର ପାଇଁ ଦଳ ପକ୍ଷରୁ ଏଠାରେ ସମୀକ୍ଷା ବୈଠକ ବସିଥିଲା । ୧୯ ପରାଜୟ ସମ୍ପର୍କରେ ପ୍ରଥମେ ଆଲୋଚନା ହୋଇଥିଲା । ପରେ ସଂଗଠନ କିପରି ମଜବୁତ ହେବ, ସେ ସମ୍ପର୍କରେ ବରିଷ୍ଠ ବିଜେଡି ନେତାମାନେ ନିଜ ନିଜ ମତ ରଖିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook