Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସ୍କୁଲ ବନ୍ଦ ନିଷ୍ପତ୍ତି ଆତ୍ମଘାତୀ ହେବ

    Share on :
    ajab-Image
    Date: Nov 22, 2020    Views: 3501

    ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଆସିଥିବା ମୋସନ ଉପରେ ଆଲୋଚନା କରାଯାଇଛି ।  ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଣିବା ପରେ ଏନେଇ ଆଲୋଚନା କରାଯାଇଥିଲା । 

    ଏହି ପରିପ୍ରେକ୍ଷୀରେ ବିରୋଧୀ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ନିଜ ବିବୃତ୍ତି ରଖି କହିଛନ୍ତି ଯେ,  ସାଢେ ୧୧ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଆତ୍ମଘାତୀ ହେବ ।  କୋରାପୁଟରେ ୮୦୦ ସ୍କୁଲ ବନ୍ଦ ହେବାର ସମ୍ଭାବନା ରହିଛି ।  ୧୧ ଲକ୍ଷ ଛାତ୍ରଛାତ୍ରୀ ନାମଲେଖାଉଛନ୍ତି । କିନ୍ତୁ ମାଟ୍ରିକ ବେଳକୁ ୬ ଲକ୍ଷ ରହୁଛନ୍ତି ।  ୫ ଲକ୍ଷ ଛାତ୍ରଛାତ୍ରୀ କାହିଁକି ପାଠ ଛାଡ଼ୁଛନ୍ତି ବୋଲି ଶ୍ରୀ ସେଠୀ ପ୍ରଶ୍ନ କରିଛନ୍ତି ।  ତେବେ ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରାନଗଲେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ବସିବୁ ବୋଲି ଶ୍ରୀ ସେଠୀ କହିଛନ୍ତି ।  

     

    Maximum 500 characters

    ତାଜା ଖବର View all

    Find Us on Facebook