Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଜନ୍ମହାର କମୁଥିବାରୁ ଚୀନ୍ରେ ଉଦ୍ବେଗ, ଭାରତରେ ଓଲଟା ସ୍ଥିତି

    Share on :
    ajab-Image
    Date: Nov 2, 2019    Views: 320

    ବେଜିଂ/ ନୂଆଦିଲ୍ଲୀ: ଚୀନ ଜନସଂଖ୍ୟା ଦିନକୁ ଦିନ କମି ଚାଲିଛି । ଏହାର ଜନସଂଖ୍ୟାର ଏକ ବଡ଼ ଭାଗ ମଧ୍ୟ ବୟସ୍କ ହୋଇଗଲେଣି  । ଏହାକୁ ନେଇ ଚୀନର କମୁ୍ୟନିଷ୍ଟ ସରକାର ଚିନ୍ତିତ ହୋଇପଡ଼ିଛନ୍ତି  । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରହିଥିବା ଗୋଟିଏ ସନ୍ତାନ ନୀତିକୁ ହଟାଇ ଦେଇଥିଲେ ମଧ୍ୟ ସ୍ଥିତି ସୁଧୁରିବାକୁ ଅନେକ ବର୍ଷ ଲାଗିଯିବ ବୋଲି କୁହାଯାଉଛି । ୧୯୭୯ରେ ଚୀନରେ ଏକ ସନ୍ତାନ ନୀତି ଲାଗୁ ହୋଇଥିଲା, ୨୦୧୬ରେ ତାହାକୁ କୋହଳ କରାଯାଇ ଦୁଇ ସନ୍ତାନ ନୀତି ଗ୍ରହଣ କରାଗଲା । ଏବେ ଏହାକୁ ସଂପୂର୍ଣ୍ଣ ଉଠାଇଦେବାକୁ ସରକାର ଘୋଷଣା କରିଛନ୍ତି । ୨୦୫୦ ସୁଦ୍ଧା ଚୀନର ଜନସଂଖ୍ୟା ଭାରତର ପ୍ରାୟ ୬୫ ପ୍ରତିଶତ ହୋଇଯାଇଥିବ ବୋଲି ଚୀନର ବିଶେଷଜ୍ଞମାନେ କହିଛନ୍ତି  । ଚୀନ ଯଦି ନିଜର ବିବାଦୀୟ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ଆହୁରି କୋହଳ ନ କରେ, ତେବେ ୨୦୫୦ ବେଳକୁ ଚୀନରେ ବୟସ୍କ ଲୋକଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିଯିବ । ଚୀନ କିଛି ଦଶନ୍ଧି ପୂର୍ବେ ଗ୍ରହଣ କରିଥିବା ଏକ ସନ୍ତାନ ନୀତି ଫଳରେ ଏବେ ଜଟିଳ ସମସ୍ୟା ଉପୁଜିଛି । ଏହାକୁ ହଟାଯିବା ସତ୍ତ୍ୱେ ଜନ୍ମହାରରେ କୌଣସି ଉଲ୍ଲେଖନୀୟ ବୃଦ୍ଧି ହେଉନାହିଁ ।
    କିନ୍ତୁ ଭାରତ ଜନସଂଖ୍ୟା କ୍ଷେତ୍ରରେ ଏଭଳି କୌଣସି କୋହଳ ନୀତି ଅବଲମ୍ବନ କରିବା ଆବଶ୍ୟକ ନାହିଁ ବୋଲି ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଅଧ୍ୟୟନ କରୁଥିବା ଗବେଷକମାନେ କହିଛନ୍ତି । ବରଂ ଭାରତ ଚୀନର ପୂର୍ବ କଠୋର ନୀତିକୁ ଅନୁସରଣ କରି ଏକ ସନ୍ତାନ ନୀତି ଗ୍ରହଣ କରିବା ପାଇଁ ଆଇନ ଲାଗୁ କରିବାକୁ ଗୁରୁତ୍ୱାରୋପ କରାଯାଇଛି । ଭାରତର ଜନସଂଖ୍ୟା ୨୦୨୪ରେ ଚୀନକୁ ଅତିକ୍ରମ କରିଯିବ । ୨୦୩୦ରେ ଭାରତର ଜନସଂଖ୍ୟା ୧୫୦ କୋଟି ଏବଂ ୨୦୫୯ରେ ୧୬୬ କୋଟି ଛୁଇଁବ ବୋଲି ଅନୁମାନ କରାଯାଉଛି  ।

    Maximum 500 characters

    ବିଶେଷ View all

    Find Us on Facebook