Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ରଙ୍କ ନାମ ସୁପାରିସ

    Share on :
    ajab-Image
    Date: Jun 5, 2020    Views: 4350

    ଭୁବନେଶ୍ୱର:  ଅର୍ଜୁନ ପୁରସ୍କାର ପାଇଁ ରାଜ୍ୟରୁ ଦ୍ୱିତୀୟ ଖେଳାଳି ଭାବେ ବୀରେନ୍ଦ୍ର ଲାକ୍ରାଙ୍କ ନାମ ସୁପାରିଶ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଅଲିମ୍ପିଆନ ଦୂତି ଚାନ୍ଦ ଓ ହକି ତାରକା ବୀରେନ୍ଦ୍ରଙ୍କ ନାମ ସିଧାସଳଖ କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିସ ହୋଇଛି ।
    ପୂର୍ବରୁ କେବଳ ଦୂତିଙ୍କ ନାମ ସୁପାରିସ ହୋଇଛି ବୋଲି କ୍ରୀଡ଼ା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପୁଣି ବିରେନ୍ଦ୍ରଙ୍କ ନାମ ସୁପାରିସ କରାଯାଇଛି । ଦୂତିଙ୍କ ନାମ ଜାତୀୟ ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଆ (ଏଏଫଆଇ) ଦ୍ୱାରା ମଧ୍ୟ ସୁପାରିସ ହୋଇଛି । ଏଏଫଆଇ ତାଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ପଠାଇଥିଲା । ହକି ଇଣ୍ଡିଆ କିନ୍ତୁ ବୀରେନ୍ଦ୍ରଙ୍କ ନାମ ସୁପାରିସ କରିନାହିଁ । 

    Maximum 500 characters

    ଖେଳ ଖବର View all

    Find Us on Facebook