ମୁଖ୍ୟ ଖବର
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମସି) ନିଜର ୨୯୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହା ଦ୍ୱାରା ଏବେ ପଶ୍ଚିମବଙ୍ଗର ନିର୍ବାଚନୀ ପାଣିପାଗ ଆହୁରି ସରଗରମ ହୋଇଯାଇଛି । ତେବେ ସମସ୍ତଙ୍କ ନଜର ଏବେ ଷ୍ଟାର ପ୍ରାର୍ଥୀଙ୍କ ଉପରେ ରହିଛି । ପ୍ରସିଦ୍ଧ ଆଦିବାସୀ(ଶାନ୍ତାଳୀ) ଅଭିନେତା ବୀରବାହା ହାଁସଦାକୁ ମଧ୍ୟ ଟିଏମସି ଟିକେଟ ପ୍ରଦାନ କରିଛି । ଝାରଗ୍ରାମ ନିର୍ବାଚନମଣ୍ଡଳୀରୁ ଲଢିବା ପାଇଁ ଦଳ ତାଙ୍କୁ ଟିକେଟ ପ୍ରଦାନ କରିଛି ।
ଗତ ୯ ତାରିଖ ଦିନ ସେ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ । ଏହାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ସେ ନିଜର ଜନସମ୍ପର୍କ ଅଭିଯାନ ଆରମ୍ଭ କରିଥିଲେ । ବିଭିନ୍ନ ଚା’ ଦୋକାନରେ ଉପସ୍ଥିତ ଜନସାଧାରଣଙ୍କ ସହ ଆଲୋଚନା କରି ନିଜ ସପକ୍ଷରେ ଭୋଟ ଦାନ କରିବାକୁ ନିବେଦନ କରିଥିଲେ । ଟିଏମସିର ପ୍ରାର୍ଥୀ ତାଲିକା ଘୋଷଣାର ଦୁଇ ଦିନ ପୂର୍ବରୁ ସେ ଟିଏମସିରେ ଯୋଗଦାନ କରିଥିଲେ । ତେବେ ତୃଣମୂଳସ୍ତର ଲୋକଙ୍କ ପ୍ରଭାବିତ କରିବା ପାଇଁ ଟିଏମସି ତାଙ୍କୁ ଦଳୀୟ ପ୍ରାର୍ଥୀ କରିଥିବା ବିଜେପି ଅଭିଯୋଗ କରିଛି । ବୀରବାହା ହାଁସଦାଙ୍କ ବାପା ନରେନ ହାଁସଦା ଝାଡ଼ଖଣ୍ଡ ଆନେ୍ଦାଳନର ନେତା ସହ ଝାଡ଼ଖଣ୍ଡ ପାର୍ଟି(ନରେନ)ର ସଂସ୍ଥାପକ ଥିଲେ । ବୀରବାହା ହାଁସଦାଙ୍କ ବାପା ନରେନ ହାଁସଦା ଓ ମା ଚୁନୀବାଲୀ ହାଁସଦା ବୀନାପୁରର ବିଧାୟକ ରହିସାରିଛନ୍ତି ।
Comments ସମସ୍ତ ମତାମତ