Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଆମେରିକାରେ ‘ଛବିରାଣୀ’, ବେଙ୍ଗାଲୁରୁରେ ‘ଫ୍ରମ୍‍ ମି ଟୁ ୟୁ’

    Share on :
    ajab-Image
    Date: Nov 30, 2019    Views: 294

    ଭୁବନେଶ୍ୱର : ପ୍ରଥମ ଥର ଏକ ସତ୍ୟ ଘଟଣା ଉପରେ ଆଧାରିତ ବାୟୋପିକ ସିନେମା ‘ଛବିରାଣୀ’ ଆମେରିକା ବୋଷ୍ଟନ ସହରରେ ବେଲମସ ଫୋର୍ଡ ହଲରେ ମୁକ୍ତିଲାଭ କରି ଇତିହାସ ରଚିଛି । ଠିକ୍‍ ସେହିପରି ବେଙ୍ଗାଲୁରୁରେ ମରାଠି ହଲ୍ଟି ଇନୋଭେଟିର ମଲ୍ଟିପ୍ଲେକ୍ସରେ  ଓଡ଼ିଆ ଚଳଚ୍ଚିତ୍ର ‘ଫ୍ରମ୍‍ ମି ଟୁ ୟୁ’ ମୁକ୍ତିଲାଭ କରିଛି । ଦେଶ ଓ ବିଦେଶରେ ଦୁଇଟି ଓଡ଼ିଆ ସିନେମା ରିଲିଜ ହେବା ନିଶ୍ଚିତ ପକ୍ଷରେ ଗର୍ବର କଥା ଓ ଇଣ୍ଡଷ୍ଟି୍ର ପାଇଁ ବହୁତ ଭଲ ଖବର । ୧୯ ସେପ୍ଟେମ୍ବରରେ ରାଜ୍ୟର ୩୬ ରୁ ଅଧିକ ହଲ୍‍ରେ ମୁକ୍ତିିଲାଭ କରିଥିଲା ଏହି ସିନେମା ‘ଛବିରାଣୀ’ । କଟକ ଜୟଶ୍ରୀରେ ଗ୍ରାଣ୍ଡ ପି୍ରମିୟର ହୋଇଥିଲା । ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମ ୩୯ ବର୍ଷ ତଳର ଲୋମ ଟାଙ୍କୁରା କାହାଣୀକୁ ମନେ ପକାଇ ଦେଇଥିଲେ । ଜଣେ କର୍ତ୍ତବ୍ୟ ନିଷ୍ଠ ସାମ୍ବାଦିକଙ୍କ କାହାଣୀକୁ ନେଇ ଏହି ବ୍ୟବସାୟିକ ବାୟୋପିକ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଏହାର ପ୍ରଯୋଜନା ବୁଦ୍ଧଦେବ ସାହୁ, ମନୋରମା ମହାପାତ୍ର ଓ ବୀରେନ  ମହାପାତ୍ର କରିଛନ୍ତି । ସହ ପ୍ରଯୋଜନାରେ ବିଜୟ ବାରିକ ରହିଛନ୍ତି । ଏହାର ସଂଳାପ ଡ.ଶଙ୍କର ତି୍ରପାଠୀ ଓ ହୃଦାନନ୍ଦ ସାହୁ ଲେଖିଛନ୍ତି । ସିନେମାର ନାୟକ ଭାବେ ପରାସର ଅଭିନୟ କରିଥିବା ବେଳେ ଛବିରାଣୀ ଚରିତ୍ରରେ ଚନ୍ଦ୍ରାଣୀ ଦାସଙ୍କ ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଛି । ସିଦ୍ଧାନ୍ତ ମହାପାତ୍ର ଓ ଅନୁଚୌଧୁରୀଙ୍କ ସହ ଖଳନାୟକ ଭାବେ ମିହିର ଦାସ, ମଧୁ ମହାନ୍ତି, ରାଜୁ ଦୋରା, ବାବୁ ପ୍ରଧାନ, ମିଟୁ ମିଥୁନ, ସନ୍ଦୀପ ପାଣି, ମୁନା ମୋଦି, ଆଶିଷ ନାୟକ ପ୍ରମୁଖ ଚମକ୍ରାର ଅଭିନୟ କରିଛନ୍ତି । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଏବଂ ନିଦେ୍ର୍ଧଶନା ଭାର ତୁଲାଇଛନ୍ତି ବବି ଇସଲାମ । ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ପ୍ରେମ ଆନନ୍ଦ । ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ ଓ ଶୀର୍ଷାନନ୍ଦ ଦାସ କାନୁନଗୋ । ସେହିପରି ୧ ନଭେମ୍ବରରେ ରିୟା ୱେଲସ ଏଣ୍ଟରଟେନମେଣ୍ଟ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ଫ୍ରମ ମି ଟୁ ୟୁ’ ରାଜ୍ୟର ୩୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଜ୍ୟୋତି ଶ୍ରଦ୍ଧା ଓ ଅମ୍ଳାନଙ୍କ ଅଭିନୀତ ଏହି ସିନେମା ବନ୍ଧୁତ୍ୱର ଭିତ୍ତିଭୂମି ଉପରେ ପର୍ଯ୍ୟବସିତ ଥିଲା । ଏହାର କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିଦେ୍ର୍ଧଶନା ଦେଇଛନ୍ତି ହେମନ୍ତ କୁମାର ସାହୁ । ସହଯୋଗୀ ନିଦେ୍ର୍ଧଶକ ଭାବେ ଅଶ୍ୱିନୀ ଗଡ଼ନାୟକ ଏବଂ କାର୍ଯ୍ୟକାରୀ ପ୍ରଯୋଜକ ଭୂମିକାରେ ରାଜେଶ ମହାନ୍ତି ଓ କି୍ରଏଟିଭ ମୁଖ୍ୟ ଅଛନ୍ତି ଅଚିନ୍ତ୍ୟ ବେହେରା । ବିଭିନ୍ନ ଭୂମିକାରେ ବିଜୟ ମହାନ୍ତି, ପିଣ୍ଟୁନନ୍ଦ, ପ୍ରଜ୍ଞା, ସ୍ମିତା ମହାନ୍ତି, ଶୀଲା, ଜୀବନ ପଣ୍ଡା, କୁସୁମ ତି୍ରପାଠୀ, ପୂଜା, ଲିଜା, ହିମାଂଶୁ, ସୁଜିତ, ସଞ୍ଜୟ, ରାଜେନ୍ଦ୍ର, ବିଶୁ, ଜିତୁ ଓ ଅଜୟ ଅଭିନୟ କରିଛନ୍ତି । ବସନ୍ତରାଜ ସାମଲଙ୍କ ରଚିତ ଗୀତକୁ ସଙ୍ଗୀତ ରୂପ ଦେଇଛନ୍ତି ପ୍ରେମ ଆନନ୍ଦ । ‘ଫ୍ରମ୍‍ ମି ଟୁ ୟୁ’, ‘ଆଇ ୱାନା ଡାଏ ଡାର୍ଲିଂ, ‘ଆପଣ ମାନେ ଖୁସି ତ’ ଓ ‘ଆଖି କିଛି କହେ’ ଆଦି ଗୀତ ଶ୍ରୋତାଙ୍କୁ ଛୁଇଁ ପାରିଛି । ହୃଦୟରେ ସ୍ଥାନ ନେଇ ସାରିଛି ବୋଲି ପ୍ରଯୋଜନା ସଂସ୍ଥା କହିଛି ।

    Maximum 500 characters

    କଳା View all

    Find Us on Facebook