Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ମାଇକ୍ରୋସଫ୍ଟରୁ ବିଲ ଗେଟସଙ୍କ ଇସ୍ତଫା

    Share on :
    ajab-Image
    Date: Mar 15, 2020    Views: 2357

    ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟସ କମ୍ପାନୀର ନିଦେ୍ର୍ଧଶକ ମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି । କେବଳ ମାଇକ୍ରୋସଫ୍ଟରୁ ନୁହେଁ, ୱାରେନ ବଫେଟଙ୍କ ବର୍କ ସାୟର ହାଥୱେର ନିଦେ୍ର୍ଧଶକ ମଣ୍ଡଳୀକୁ ମଧ୍ୟ ସେ ଅଲବିଦା କହିଛନ୍ତି । ମାଇକ୍ରୋସଫ୍ଟର ନିଦେ୍ର୍ଧଶକ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କମ୍ପାନୀ ସହିତ ତାଙ୍କର ସମ୍ପର୍କ ଜାରି ରହିବ ବୋଲି ଗେଟ୍ସ ସ୍ପଷ୍ଟ କରିଦେଇଛନ୍ତି । ଆଗାମୀ ଦିନରେ ସେ ଲୋକମାନଙ୍କ କଲ୍ୟାଣମୂଳକ କାର୍ଯ୍ୟରେ ଅଧିକ ସମୟ ଦେବେ ବୋଲି କହିଛନ୍ତି ।

    ନିଦେ୍ର୍ଧଶକମଣ୍ଡଳୀରେ ବିଲ୍ ଗେଟସ ଏ ପର୍ଯ୍ୟନ୍ତ ରହି ଆସିଥିଲେ ମଧ୍ୟ କମ୍ପାନୀର ଦୈନନ୍ଦିନ କାର୍ଯ୍ୟକୁ ୨୦୦୮ ମସିହାରୁ ଅବ୍ୟାହତ ନେଇ ସାରିଛନ୍ତି । ପତ୍ନୀ ମେଲିଣ୍ଡା ଗେଟସଙ୍କ ସହ ମିଶି ବିଲ୍ ଆଣ୍ଡ ମେଲିଣ୍ଡା ଗେଟସ ଫାଉଣ୍ଡେସନ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ନିଦେ୍ର୍ଧଶକମଣ୍ଡଳୀ ଛାଡ଼ିବା ପରେ ଗେଟସ କହିଛନ୍ତି, ମାଇକ୍ରୋସଫ୍ଟ, ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିବ ଏବଂ ସେ ବିଭିନ୍ନ ସମୟରେ କମ୍ପାନୀର ନେତୃତ୍ୱ ଭୂମିକା ନିଭାଇବେ । ଦୀର୍ଘବର୍ଷ ଧରି ବିଶ୍ୱର ଶୀର୍ଷ ଧନୀ ବ୍ୟକ୍ତି ମାନ୍ୟତା ବଜାୟ ରଖିଥିବା ବିଲ୍ ଗେଟସଙ୍କ ପାଖରେ ଏବେ ୮୪.୪ ବିଲିୟନ ଡଲାରର ସମ୍ପତ୍ତି ରହିଛି । କମ୍ପାନୀରୁ ବିଦାୟ ନେବା ସମ୍ପର୍କରେ ଲିଙ୍କଡଇନରେ ବିଲ୍ ଗେଟସ ଲେଖିଛନ୍ତି, ଆଗାମୀ ଦିନରେ ସେ ବିଶ୍ୱର ବିଭିନ୍ନ ପ୍ରକାର ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବେ । ବିଲ୍ ଆଣ୍ଡ ମେଲିଣ୍ଡା ଗେଟସ୍ ଫାଉଣ୍ଡେସନର ସହାୟତାରେ ସେ ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମାଧାନ ପାଇଁ କାମ କରିବେ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ମାଇକ୍ରୋସଫ୍ଟର ସଇଓ ତଥା ଭାରତ ଜନ୍ମିତ ସତ୍ୟ ନାଡେଲାଙ୍କର ଖୁବ୍ ପ୍ରଶଂସା କରିଛନ୍ତି ଗେଟସ୍ । ସେ କମ୍ପାନୀର ବୋର୍ଡରେ ନଥିଲେ ମଧ୍ୟ ନାଦେଲାଙ୍କ ସହିତ ନିୟମିତ ସମ୍ପର୍କରେ ରହିବେ ।

    Maximum 500 characters

    ଅର୍ଥନୀତି View all

    Find Us on Facebook