Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରଦୀପ ପାଣିଗ୍ରାହୀ ସବୁ ସତ କହିଛନ୍ତି: ବିଜୟ

    Share on :
    ajab-Image
    Date: Nov 30, 2020    Views: 3843

    ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ପରେ ଶନିବାର ସାମ୍ବାଦିକ ସମ୍ମିଳନୀ କରି ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଯାହା କହିଛନ୍ତି ତାହା ସବୁ ସତ ।  ସେ କିଛି ବି ମିଛ କହିନାହାନ୍ତି ।  ପ୍ରଦୀପ ପାଣିଗ୍ରାହୀକୁ ସମର୍ଥନ କରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏହା କହିଛନ୍ତି । 

    ଶ୍ରୀ ମହାପାତ୍ର କହିଛନ୍ତି ଯେ, ଓଡ଼ିଶାରେ ମୁଷ୍ଟିମେୟ ଅଫିସରଙ୍କ ଔଦ୍ଧତ୍ୟ ଓ ଅହଂକାର ବଢିଯାଇଛି ।  ଝିଅ ବାହାଘର ପୂର୍ବରୁ ଏଭଳି ଆକ୍ରୋଶ କାର୍ଯ୍ୟ ଅତ୍ୟନ୍ତ ଅମାନବିକ ବୋଲି ଶ୍ରୀ ପାତ୍ର କହିଛନ୍ତି । ଏହାଛଡ଼ା ଅଭୟ ପାଠକ କେତେ କାମ କରୁଥିଲେ କେହି କ’ଣ ଜାଣିପାରୁନଥିଲେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।  କିଛି ଅଫିସରଙ୍କ ଅହଂକାର ପାଇଁ ତାଙ୍କୁ ମୋହରା କରାଗଲା ।  ନବୀନ ବାବୁଙ୍କ ପାଇଁ ଏ ଜଟିଳ ମୁହୂର୍ତ୍ତ, ସେ ବୁଝିବା ଦରକାର ବୋଲି ବିଜୟ ମହାପାତ୍ର କହିଛନ୍ତି ।

    ପ୍ରକାଶ ଯେ, ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ  ଶନିବାର ବିଜେଡିରୁ ବହିଷ୍କୃତ କରାଯାଇଛି ।  ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କୃତ କରାଯାଇଛି ।  ପାଠକ ବାପା ପୁଅଙ୍କ ସମ୍ପର୍କକୁ ନେଇ ବିବାଦରେ ଥିବା ଶ୍ରୀ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଛି ।  ତେବେ ବହିଷ୍କୃତ ପରେ ଦୀର୍ଘ ଅନୁଭୂତିରୁ  ସେ ଦଳର ପରିଚାଳନା ସମ୍ପର୍କରେ ଅନେକ ଗୁମର ଖୋଲିଥିଲେ ।  କୋଭିଡ ମିସ ମ୍ୟାନେଜମେଣ୍ଟ ପ୍ରସଙ୍ଗ  ବି ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook