Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରଥଯାତ୍ରା ନେଇ ବର୍ଷିଲେ ବିଜୟ

    Share on :
    ajab-Image
    Date: Jun 17, 2020    Views: 4563

    ଭୁବନେଶ୍ୱର: ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଆଉ ଅଳ୍ପ ଦିନ ରହିଲା । ରଥଯାତ୍ରା ନେଇ ସରକାରୀଭାବେ କିଛି ଘୋଷଣା ହୋଇନାହିଁ ।  ଅଦାଲତି ମାମଲା ସରକାରୀ ଘୋଷଣାରେ ପ୍ରତିବନ୍ଧକ ସାଜିଛି ।  ହାଇକୋର୍ଟ ପରେ ଏବେ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି । ଆସନ୍ତା ୧୮ ତାରିଖରେ ଏହି ମାମଲାଗୁଡ଼ିକର ଶୁଣାଣି ତାରିଖ ନିର୍ଦ୍ଧାରଣ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ କରିବେ । ଅଦାଲତର ମାମଲା ଶୁଣାଣି ତାଲିକାରେ ଲିଷ୍ଟେଡ ହୋଇଛି । ଏନେଇ ରୁଜୁ ହୋଇଥିବା ସମସ୍ତ ମାମଲାର ଏକା ସଙ୍ଗେ ଶୁଣାଣି ହେବ ବୋଲି ସୂଚନା ମିଳିଛି । ଯାହା ଆଭାସ ମିଳୁଛି ଶ୍ରୀମନ୍ଦିର ଇତିହାସରେ ପ୍ରଥମ କରି ଏକ ନୂତନ ଢଙ୍ଗରେ ରଥଯାତ୍ରା ପାଳନ ହେବାର ସମସ୍ତ ପ୍ରସ୍ତୁତି ଓ ଘଟଣାକ୍ରମ ଇଙ୍ଗିତ କରୁଛି ।
    ତେବେ ଏହା ଭିତରେ  ରଥଯାତ୍ରା ନିଷ୍ପତ୍ତି ବିଳମ୍ବ ନେଇ ବରିଷ୍ଠ ବିଜେପି ନେତା  ବିଜୟ ମହାପାତ୍ର ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । 

    ସେ କହିଛନ୍ତି ଯେ, ପ୍ରାୟୋଜିତ ମାମଲା କରାଇ ସରକାର ରଥଯାତ୍ରା ବନ୍ଦ କରାଇବାକୁ ଚାହୁଁଥିବା ସନେ୍ଦହ କରାଯାଉଛି ।  ଏହାକୁ ନେଇ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମନରେ ସନେ୍ଦହ ହେଉଛି ।  ସୁପ୍ରିମକୋର୍ଟରେ ମୋଟ ୩ଟି ମାମଲା ଦାୟର କରାଯାଇଛି ।  ୩ଟିରୁ ୨ଟି ରଥଯାତ୍ରା ବନ୍ଦ ଓ ଗୋଟିଏ ମାମଲା ରଥଯାତ୍ରା କରିବାକୁ ।  ଏଠି ଅଧିକାରୀଙ୍କ ପାଇଁ ନେତାମାନେ ବିବୃତି ଦେଉଛନ୍ତି ।  ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଥିବାରୁ ସନେ୍ଦହ ହେଉଛି ।  ୨୨୦ ଫୁଟ ଦଉଡ଼ି, ପୁଲିସ ଓ ସେବାୟତ ମିଶିଲେ ରଥ ଟାଣି ହେବ ବୋଲି  ବିଜୟ ମହାପାତ୍ର କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook