Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସୁରଟ ଘଟଣାକୁ ନିନ୍ଦା ଲାଗି ଭାଷା ନାହିଁ: ବିଜୟ

    Share on :
    ajab-Image
    Date: May 16, 2020    Views: 3816

    ଭୁବନେଶ୍ୱର: ସୁରଟ ଘଟଣାକୁ ନିନ୍ଦା  କରିବାକୁ ଭାଷା ନାହିଁ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି । କରୋନା ମୁକାବିଲାରେ ସରକାରଙ୍କ ପଦକ୍ଷେପକୁ ଟାର୍ଗେଟ କରି ଶ୍ରୀ ମହାପାତ୍ର ଏଭଳି କହିଛନ୍ତି । 

    ସେ କହିଛନ୍ତି ଯେ,  କରୋନା ଠାରୁ ଏବେ ଦାଦନ ଶ୍ରମିକଙ୍କ ସମସ୍ୟା ଅଧିକ ହୋଇଗଲାଣି ।  କରୋନା ପାଇଁ ସବୁ ପ୍ରସ୍ତୁତ ହୋଇଛି । କିନ୍ତୁ ଦାଦନଙ୍କ ପାଇଁ କିଛି ନାହିଁ ।  ସୁରଟ ଘଟଣାକୁ ନିନ୍ଦା କରିବା ଲାଗି ଭାଷା ନାହିଁ ।  ପ୍ରବାସୀ ଓଡ଼ିଆଙ୍କ ପାଖେ ଖାଇବାକୁ ଖାଦ୍ୟ ନାହିଁ, ଟଙ୍କା ବି ନାହିଁ ।  ଚାଲି ଚାଲି ଆସିବା ବେଳେ ପୁଲିସଠୁ ମାଡ଼ ଖାଇ ଶ୍ରମିକ ମରୁଛନ୍ତି ।  ବହୁ ଆଗରୁ କହିବା ସତ୍ତ୍ୱେ ବି ରାଜ୍ୟ ସରକାର ସମ୍ବେଦନଶୀଳ ହେଲେ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । 

    ପ୍ରକାଶ ଯେ, ସୁରଟରେ ଫସି ରହିଥିବା ଓଡ଼ିଆଙ୍କ ଦୁର୍ଦ୍ଧଶାର ଅନ୍ତୁ ଘଟୁନାହିଁ । କାମ ଓ ରୋଜଗାର ଅଭାବରୁ ଭଲରେ ମୁଣ୍ଡ ଗୁଞ୍ଜିବା ସହ ଖାଦ୍ୟ ପାଇଁ ଡହଳବିକଳ ହେଉଥିବାବେଳେ ଏବେ ନିଜ  ଭିଟାମାଟି ଫେରିବାକୁ ଅତ୍ୟନ୍ତ ବ୍ୟସ୍ତବିବ୍ରତ ହେଉଥିବା ଓଡ଼ିଆଙ୍କ ଦୁଃଖଦୁର୍ଦ୍ଧଶାର ଗୋଟିଏ ପରେ ଗୋଟିଏ ଚିତ୍ର ସାମନାକୁ ଆସୁଛି ।  ସୁରଟର ଆମ୍ରୋଲି ଥାନା ପୁଲିସ ମାଡ଼ରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି ।  ଗୁରୁବାର ରାତିରେ ଏହି ଘଟଣା ଘଟିଥିବାବେଳେ ଶୁକ୍ରବାର ସୁରଟ ସିଭିଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ସେଠାରେ ହିଁ ତାଙ୍କୀର ଅନ୍ତିମ ସଂସ୍କାର କରାଯାଇଥିବା ଜଣାଯାଇଛି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook