Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ଆଇଏଏସ୍ ବିଜୟ କେତନଙ୍କୁ ଗିରଫ ଘଟଣା: ଦରମା ବାଦ୍ ୭ ବର୍ଷରେ ୭୦ ଲକ୍ଷ ଜମା

    Share on :
    ajab-Image
    Date: Jan 8, 2020    Views: 3434

    ଭୁବନେଶ୍ୱର : ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଆଇଏଏସ ବିଜୟ କେତନ ଗିରଫ ହେବା ପରେ ନୂଆ ତଥ୍ୟ ପଦାକୁ ଆସିଛି । ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି ୭ ବର୍ଷ ମଧ୍ୟରେ ଦରମା ଅର୍ଥ ବାଦ୍ ବିଜୟ କେତନଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଛି । ଏତେ ପରିମାଣରେ ଟଙ୍କା କେଉଁଠୁ ଆସିଲା ତାକୁ ନେଇ ଆରମ୍ଭ ହୋଇଛି ତନାଘନା ।
    ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ୨୦୧୨ ରୁ ୨୦୧୯ ରେ ଦରମାକୁ ଛାଡ଼ି ବିଜୟ କେତନଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଛି । ଦିନକ ମଧ୍ୟରେ ଏକାଧିକ ଥର ଟଙ୍କା ଡିପୋଜିଟ ହୋଇଛି । ବଡ଼କଥା ହେଲା ବିଜୟ ଉଦ୍ୟାନ କୃଷି ନିଦେ୍ର୍ଧଶକ ଭାବେ କାମ କରୁଥିବା ସମୟରେ ତାଙ୍କ ଆକାଉଣ୍ଟକୁ ୨୨ ଲକ୍ଷ ଟଙ୍କା ଯାଇଛି ।

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook