Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

BIHAR ELECTION

ମୁଖ୍ୟ ଖବର

    ଜେଡ଼ିୟୂ ଓ ବିଜେପି ଟାର୍ଗେଟରେ ଏଲଜେପି

    Share on :
    ajab-Image
    Date: Oct 6, 2020    Views: 2931

    ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ଜେଡ଼ିୟୂ ଓ ବିଜେପି ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି  । ଜେଡ଼ିୟୂ ୧୨୨ ଓ ବିଜେପି ୧୨୧ ଆସନରେ ନିର୍ବାଚନ ଲଢ଼ିବେ  । ଜେଡ଼ିୟୂ ଏହାର ସହଯୋଗୀ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ୭ ଆସନରେ ଲଢ଼ିବାର ସୁଯୋଗ ପ୍ରଦାନ କରିବ  । ଯେତେବେଳେକି ବିଜେପି ମୁକେଶ ସାହନିଙ୍କ ବିକାଶଶୀଳ ଇନସାନ ପାର୍ଟିକୁ ନିଜ କୋଟାରୁ କିଛି ଆସନରେ ଲଢ଼ିବାର ସୁଯୋଗ ଦେବ  । ଏନଡ଼ିଏରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବାବେଳେ ଏଲଜେପି ଜେଡ଼ିୟୂ ବିରୋଧରେ ପ୍ରାର୍ଥୀ ଦେବାକୁ ଘୋଷଣା କରିସାରିଛି  । ଯାହାକୁ ନେଇ ବିଜେପି ଓ ଜେଡ଼ିୟୂ ସମାଲୋଚନା କରିଛନ୍ତି  । ପାଶୱାନଙ୍କ ଏଲଜେପି କେନ୍ଦ୍ରରେ ଏନଡ଼ିଏ ସହ ରହିଛି  । କାଳେ ଏହି ଦଳ ମୋଦିଙ୍କ ଫଟୋକୁ ନିର୍ବାଚନରେ ବ୍ୟବହାର କରିବ ସେନେଇ ବିଜେପି ସତର୍କ ହୋଇପଡ଼ିଛି  ।

    ଏସଂକ୍ରାନ୍ତରେ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ  । ବିହାରରେ ଏନଡ଼ିଏ ବିରୋଧରେ ଏଲଜେପି ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ ମୋଦିଙ୍କ ଫଟୋ ବ୍ୟବହାର ପାଇଁ ଅନୁମତି ନଦେବାକୁ କୁହାଯିବ  । ସେହିପରି ନିର୍ବାଚନ ପରେ ଯେଉଁ ଦଳ ଯେତେ ଆସନ ପାଇଥାଉନା କାହିଁକି, ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ହେବେବୋଲି ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପ୍ରକାଶ କରିଛନ୍ତି  ।

    ସୂଚନାଯୋଗ୍ୟଯେ, ବିହାରରେ ବିଜେପି ନେତୃତ୍ୱରେ ହିଁ ସରକାର ଗଠନ କରାଯାଉ ବୋଲି ଏଲଜେପି ଦାବି କରିଛି  । ସେହିପରି ଆଗାମୀ ବିଧାନସଭା ନିର୍ବାଚନରେ କେତେକ ଆସନରେ ଜେଡ଼ିୟୂ ସହ ଏଲଜେପିର ଲଢେ଼ଇ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି  । ଅନ୍ୟ ଏକ ଚର୍ଚ୍ଚା ଅନୁଯାୟୀ କେବଳ ଜେଡ଼ିୟୂ ବିରୋଧରେ ହିଁ ଏଲଜେପି ପ୍ରାର୍ଥୀ ଦେବ  । ଯେଉଁଠାରେ ବିଜେପି ଲଢେ଼ଇ କରିବ, ସେଠାରେ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ ନାହିଁ  । 

    Maximum 500 characters

    BIHAR ELECTION View all

    Find Us on Facebook