Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

BIHAR ELECTION

ମୁଖ୍ୟ ଖବର

    ନୀତିଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବନି ଏଲଜେପି

    Share on :
    ajab-Image
    Date: Oct 4, 2020    Views: 2606

    ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡ଼ିୟୂ ସୁପ୍ରିମୋ ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ଚାହୁଁନାହିଁ ଲୋକ ଜନଶକ୍ତି ପାର୍ଟି  । ନୂଆଦିଲ୍ଲୀରେ ଅନୁଷ୍ଠିତ ଦଳର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ସଂସଦୀୟ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି  । 

    ଏଲଜେପି ଅଧ୍ୟକ୍ଷ ଚିରାଗ ପାଶୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲୋକ ଜନଶକ୍ତି ପାର୍ଟି ଓ ବିଜେପି ସରକାର ପ୍ରସ୍ତାବ ପାରିତ କରାଯାଇଛି  । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଳର ସବୁ ବିଧାୟକ ଓ ସାଂସଦ ରହିବେ ବୋଲି ନିଷ୍ପତି ନିଆଯାଇଛି  । ବିହାର ଫାଷ୍ଟ, ବିହାରୀ ଫାଷ୍ଟର ପ୍ରସଙ୍ଗରେ ଦଳ ଅଟଳ ରହିଥିବାବେଳେ ଜେଡ଼ିୟୂ ସହ ବୈଚାରିକ ମତଭେଦ ରହିଛି ବୋଲି ସ୍ପଷ୍ଟ କରାଯାଇଛି  ।

    ବିହାରରେ ବିଜେପି ନେତୃତ୍ୱରେ ହିଁ ସରକାର ଗଠନ କରାଯାଉ ବୋଲି ଏଲଜେପି ଦାବି କରିଛି  । ସେହିପରି ଆଗାମୀ ବିଧାନସଭା ନିର୍ବାଚନରେ କେତେକ ଆସନରେ ଜେଡ଼ିୟୂ ସହ ଏଲଜେପିର ଲଢେ଼ଇ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି  । ଅନ୍ୟ ଏକ ଚର୍ଚ୍ଚା ଅନୁଯାୟୀ କେବଳ ଜେଡ଼ିୟୂ ବିରୋଧରେ ହିଁ ଏଲଜେପି ପ୍ରାର୍ଥୀ ଦେବ  । ଯେଉଁଠାରେ ବିଜେପି ଲଢେ଼ଇ କରିବ, ସେଠାରେ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ ନାହିଁ  । 

    Maximum 500 characters

    BIHAR ELECTION View all

    Find Us on Facebook