Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

BIHAR ELECTION

ମୁଖ୍ୟ ଖବର

    ବିହାର ବିଧାନସଭା : ବିଜେପିର ଅଧେକୁ ଜେଡ଼ିୟୂର ଅଧେ

    Share on :
    ajab-Image
    Date: Oct 4, 2020    Views: 2172

    ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ମେଂଟ ଆସନ ବଂଟୁଆରା କରିସାରିଛି  । ତେବେ ଶାସକ ଜେଡ଼ିୟୂ ଓ ବିଜେପି ମଧ୍ୟରେ ଆସନ ବଂଟୁଆରା ହୋଇପାରିନାହିଁ  । ଏନେଇ ଉଭୟ ଦଳର ନେତା ଅନେକ ଦଫା ଆଲୋଚନା କରିସାରିଥିବାବେଳେ ଉଭୟ ଦଳ ଅଧେ ଅଧେ ଆସନରେ ନିର୍ବାଚନ ଲଢ଼ିବେ ବୋଲି ଜାଣିବାକୁ ମିଳିଛି  । ନୀତିଶ କୁମାରଙ୍କ ଜେଡ଼ିୟୂକୁ ୧୨୨ ଆସନ ଓ ବିଜେପିକୁ ୧୨୧ ଆସନରେ ଲଢ଼ିବାକୁ ସୁଯୋଗ ମିଳିବ  । ତେବେ ଏଥିରେ ବି କିଛି କେଁ ରହିଯାଇଛି  ।

    ବିଜେପି ତା’ ଅଂଶରେ ପଡ଼ିଥିବା ୧୨୧ ଆସନ ମଧ୍ୟରୁ କିଛି ଆସନ ଏଲଜେପିକୁ ଦେବ  । ସେହିପରି ଜେଡ଼ିୟୂ ମଧ୍ୟ ଏହା ଅଂଶରେ ଥିବା ୧୨୨ ଆସନରୁ କିଛି ଆସନ ଜିତନ ରାମ ମାଁଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ଦେବ  । ଫଳରେ ବିଜେପି ବେଶୀ ଅକଳରେ ପଡ଼ିଯାଇଛି  । ଏଲଜେପିକୁ ୧୫ ଆସନ ଦେବା ପାଇଁ ବିଜେପି ଚାହୁଁଛି  । ତେବେ ଏଲଜେପି କିନ୍ତୁ ୪୨ ଆସନରେ ଲଢ଼ିବାକୁ ଦାବି କରୁଛି  । ଫଳରେ ଅଡ଼ୁଆ ତୁଟି ପାରୁନାହିଁ  । ଅପରପକ୍ଷରେ ମେଂଟରେ ମାତ୍ର ୧୫ ଆସନରେ ଲଢ଼ିବା ବଦଳରେ ଦଳ ୧୪୩ ଆସନରେ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଛି ବୋଲି ରାମ ବିଳାସ ପାଶୱାନଙ୍କ ପୁଅ ଚିରାଗ ପାଶୱାନ କହିଛନ୍ତି  । ତେବେ ସେ ଯାହାହେଉନା କାହିଁକି ଆଜି ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି  । ଜେଡ଼ିୟୂ ନେତା ଲାଲନ ସିଂହ, ଆରସିପି ସିଂହ, ବିଜୟ ଚୌଧୁରୀ ଓ ବିଜେନ୍ଦ୍ର ଯାଦବ ଏସଂକ୍ରାନ୍ତରେ ବିଜେପି ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଭୁପେନ୍ଦ୍ରଯାଦବଙ୍କ ସହ ଆଲୋଚନା କରୁଛନ୍ତି  ।

    Maximum 500 characters

    BIHAR ELECTION View all

    Find Us on Facebook