Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

BIHAR ELECTION

ମୁଖ୍ୟ ଖବର

    ବିହାର ବିଧାନସଭା ନିର୍ବାଚନ, ପୁଅ ବିରୋଧରେ ଲଢ଼ିବ ବୋହୂ

    Share on :
    ajab-Image
    Date: Oct 1, 2020    Views: 2272

    ପାଟନା : ବିହାର ବିଧାନସଭା ନିର୍ବାଚନରେ ଏବେ ଏକ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି  । ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ତଥା ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କଠାରୁ ଅଲଗା ହୋଇଥିବା ପତ୍ନୀ ଐଶ୍ୱର୍ଯ୍ୟା ତେଜପ୍ରତାପଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ  । ଐଶ୍ୱର୍ଯ୍ୟାଙ୍କ ବାପା ଏ ନେଇ ସୂଚନା ଦେଇଛନ୍ତି ।

    ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ବି ପ୍ରଚାର ଆରମ୍ଭ ହୋଇଯାଇଛି । ତେବେ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ବିରୋଧରେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ନିର୍ବାଚନ ଲଢ଼ିବେ  । ଏନେଇ ଐଶ୍ୱର୍ଯ୍ୟାଙ୍କ ବାପା ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ଝିଅ ନିଜ ନିଷ୍ପତ୍ତି ନିଜେ ନେଇପାରିବ । ଖୁବ ଶୀଘ୍ର ଐଶ୍ୱର୍ଯ୍ୟ ଏନେଇ ଗଣମାଧ୍ୟମକୁ ଜଣାଇବେ  । ଅନ୍ୟପକ୍ଷେ ତେଜପ୍ରତାପ ଚଳିତ ଥର ମହୁଆ ଆସନରୁ ନିର୍ବାଚନ ଲଢ଼ିବେନି  । ଐଶ୍ୱର୍ଯ୍ୟା ତାଙ୍କ ବିରୋଧରେ ମହୁଆରୁ ନିର୍ବାଚନ ଲଢ଼ିବା କଥା ସେ ଜାଣିଥିବାରୁ ଚଳିତ ଥର ସେ ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢ଼ିବା ନିଷ୍ପତ୍ତି ନେଇଛନ୍ତି । ତେବେ ତେଜପ୍ରତାପ ହାସନପୁର ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ଚର୍ଚ୍ଚା ହେଉଛି  ।

    Maximum 500 characters

    BIHAR ELECTION View all

    Find Us on Facebook