Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

BIHAR ELECTION

ମୁଖ୍ୟ ଖବର

    ବିହାର ବିଧାନସଭା : ଆରଜେଡ଼ି ୧୪୪, କଂଗ୍ରେସ ୭୦ ଆସନରେ ଲଢ଼ିବ

    Share on :
    ajab-Image
    Date: Oct 4, 2020    Views: 2334

    ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇପଡ଼ିଛି  । ବିଜେଡ଼ି ଓ ଜେଡ଼ିୟୂ ମେଂଟ ବିରୋଧରେ ଲଢ଼ିବା ପାଇଁ ବିରୋଧୀ ମହାମେଂଟ ରଣନୀତି ଚୂଡ଼ାନ୍ତ କରିଛନ୍ତି  । ଆରଜେଡ଼ି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ବିରୋଧୀ ମେଂଟରେ ସହମତି ପ୍ରକାଶ ପାଇଛି  । ଚଳିତ ବିଧାନସଭା ନିର୍ବାଚନରେ ଆରଜେଡ଼ି ୧୪୪ ଆସନରେ ନିର୍ବାଚନ ଲଢ଼ିବ ଏବଂ କଂଗ୍ରେସ ୭୦ ଆସନରେ ନିର୍ବାଚନ ଲଢ଼ିବ ବୋଲି ତେଜସ୍ୱୀ ଘୋଷଣା କରିଛନ୍ତି  । ସେହିପରି ସିପିଏମକୁ ୪ ଆସନ, ସିପିଆଇକୁ ୬ ଆସନ, ସିପିଆଇଏମଏଲକୁ ୧୯ ଆସନ ଦିଆଯାଇଛି  । ବିହାରରେ ୨୪୩ ଆସନ ଥିବାବେଳେ  ପ୍ରଥମ ପର୍ଯ୍ୟାୟରେ ୭୧ ଆସନରେ ନିର୍ବାଚନ ହେବ  । ଏଥିପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି  ।

    Maximum 500 characters

    BIHAR ELECTION View all

    Find Us on Facebook