Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରୁବିନା ଦିଲୈକ ବିଗବସ-୧୪ ବିଜେତା

    Share on :
    ajab-Image
    Date: Feb 22, 2021    Views: 3777

    ନୂଆଦିଲ୍ଲୀ: ରୁବିନା ଦିଲୈକ ବିଗ ବସ୍  ୧୪ତମ ସଂସ୍କରଣ ଟ୍ରଫିକୁ ନିଜର କରିନେଇଛନ୍ତି । ଶୋ’ର ଆକର୍ଷକ ସଲମାନ ଖାନ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଟ୍ରଫି ବ୍ୟତୀତ ବିଜୟିନୀ ରୁବିନାଙ୍କୁ ୩୬ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦିଆଯାଇଥିଲା ।
    ରୁବିନା ଦିଲୈକ ଟ୍ରଫି ଜିତିବା ପର୍ୟ୍ୟନ୍ତ ମଜବୁତ ଭାବେ ପ୍ରଦର୍ଶନ କରିଥିଲେ । ସେ ନିଜର ପତି ଅଭିନବ ଶୁକ୍ଲାଙ୍କ ସହିତ ଥିଲେ । ସବୁବେଳେ ସେ ନିଜସ୍ୱ ଶୈଳୀ ଉପସ୍ଥାପନ କରୁଥିଲେ । ଅନେକ ସମୟରେ ସେ ଶୋ’ର ଆକର୍ଷକ ପାଲଟିଥିଲେ । ଶେଷରେ ରୁବିନା ନିଜର ବ୍ୟକ୍ତିତ୍ୱକୁ ଦର୍ଶକଙ୍କ ଆଗରେ ପ୍ରକାଶ କରିଛନ୍ତି । ଫଳରେ ସେ ଟ୍ରଫିର ଅଧିକାରିଣୀ ହୋଇପାରିଛନ୍ତି । 

    ଶୋ’ର ଶେଷ ପର୍ୟ୍ୟାୟ ପର୍ୟ୍ୟନ୍ତ ୫ ଜଣ ପ୍ରତିଯୋଗୀଙ୍କୁ ସୁଯୋଗ ମିଳିଥିଲା । ଏଥିରେ ରୁବିନା ଦିଲୈକ, ନିକ୍କି ତମ୍ବୋଲି, ଅଲି ଗୋନୀ, ରାହୁଲ ବୈଦ୍ୟ ଓ ରାଖି ସାୱନ୍ତ । ଏହି ୫ ଜଣ ଶୋ’ରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ । ଗତ ବର୍ଷ ଅକ୍ଟୋବର ୩ ତାରିଖରେ ବିଗ ବସ୍ ଶୋ’ ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ ପ୍ରଶଂସକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଯାଇଛି । ଶୋ’ ମୋଟ ୧୩୮ ଦିନ ଯାଏଁ ଚାଲିଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook