Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୩ରୁ ବସିବ ବିଧାନସଭା!

    Share on :
    ajab-Image
    Date: Sep 9, 2020    Views: 4269

    ଭୁବନେଶ୍ୱର: ଚଳିତ ମାସ ୨୩ରୁ ଷୋଡ଼ଶ ବିଧାନସଭାର ୪ର୍ଥ ଅଧିବେଶନ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ସୂଚନା ଅନୁଯାୟୀ ଏହି ଅଧିବେଶନ ୨୩ରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ଅର୍ଥାତ ୮ ଦିନ ଚାଲିବ । ଏଥିପାଇଁ ସଦସ୍ୟମାନଙ୍କଠାରୁ ଅଣତାରକା ପ୍ରଶ୍ନ ଲୋଡ଼ା ଯାଇଛି । କୋଭିଡ ଯୋଗୁଁ ଆସନ୍ତା ଅଧିବେଶନ କାଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ନ କରିବା ପାଇଁ ସରକାରଙ୍କ ପ୍ରସ୍ତାବ ରହିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । 
    ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୩ରେ କୃଷିବିଭାଗ ସହିତ ଖାଦ୍ୟ ଯୋଗାଣ, ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା, ସମବାୟ  ଓ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କାର୍ଯ୍ୟ ଦିବସ ରହିଛି । ସେହିପରି ୨୪ରେ ଜଳ ସମ୍ପଦ ବିଭାଗ ସହିତି ଯୋଜନ ଓ ସଂଯୋଜନ, ସୂଚନା ଓ ଲୋକସମ୍ପର୍କ ବାଣିଜ୍ୟ ଓ ପରିବହନ ବିଭାଗର କାର୍ଯ୍ୟଦିବସ ରହିଥିବା ବେଳେ ୨୫ରେ ରାଜସ୍ୱ, ଶକ୍ତି , କ୍ରୀଡ଼ା ଓ ଯୁବବ୍ୟାପାର, ଶିଳ୍ପ, ଆଇଟି ଓ ଏମଏସଏମଇ ବିଭାଗ, ୨୬ରେ ମହିଳା ଓ ଶିଶୁ କଲ୍ୟାଣ, ବିଜ୍ଞାନ ଓ କାରିଗରୀ ଦକ୍ଷତା ବିକାଶ, ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ସାଧାରଣ ଉଦ୍ୟୋାଗ ବିଭାଗର କାର୍ଯ୍ୟଦିବସ ରହିଛି । ସେହିପରି ୨୭ରେ ସ୍ୱାସ୍ଥ୍ୟ ବିଭାଗ ସହିତ ଏସସିଏସଟି, ପର୍ଯ୍ୟଟନ, ବୟନ ଓ ହସ୍ତତନ୍ତ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତ ବିଭାଗର କାର୍ଯ୍ୟଦିବସ ରହିଥିବା ବେଳେ ୨୮ରେ ଗୃହ ଅର୍ଥ, ପୂର୍ତ୍ତ, ଅବକାରୀ ଇସ୍ପାତ ଓ ଖଣି ଏବଂ ସାଧାରଣ ପ୍ରଶାସନ ବିଭାଗର କାର୍ଯ୍ୟଦିବସ ରହିଛି । ୨୯ରେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଙ୍ଗଲ ଓ ପରିବେଶ, ନଗର ଉନ୍ନୟନ, ଶ୍ରମ ସଂସଦୀୟ ବ୍ୟାପାର ଏବଂ ଆଇନ ବିଭାଗର କାର୍ଯ୍ୟ ଦିବସ ରହିଛି । ତେବେ ୩୦ ତାରିଖ ଲାଗି ପ୍ରଶ୍ନ ଲୋଡ଼ାଯାଇଛି । ୨୩, ୨୪ ଓ ୨୫ ତାରିଖ କାର୍ଯ୍ୟଦିବସ ଲାଗି ଚଳିତ ମାସ ୧୦ ତାରିଖ ସୁଦ୍ଧା ଅଣତାରକା ପ୍ରଶ୍ନ ନୋଟିସ ପଠାଇବାକୁ ଦର୍ଶାଯାଇଥିବା ବେଳେ ୨୬, ୨୭, ୨୮ ତାରିଖ ଲାଗି ୧୧ ତାରିଖ ସୁଦ୍ଧା ଏବଂ ୨୯ ତାରିଖ ଲାଗି ୧୪ ସୁଦ୍ଧା ଓ ୩୦ ତାରିଖ ଲାଗି ୧୫ ତାରିଖ ସୁଦ୍ଧା ମଗାଯାଇଛି । ବିଧାନସଭା ୨୩ରୁ ଆରମ୍ଭ ହେବା ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ସମ୍ବିଧାନର ନିୟମ ଅନୁଯାୟୀ ସରକାରଙ୍କୁ ଏ ନେଇ ଅବଗତ କରାଯାଇଛି । ହେଲେ କେବେ ବିଧାନସଭା ଚାଲୁ କରାଯିବ ସେ ନେଇ ବିଧିବଦ୍ଧ ଭାବେ କୌଣସି ଚିଠି ପାଇନାହୁଁ ।

    Maximum 500 characters

    ରାଜନୀତି View all

    Find Us on Facebook