Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ଛାଡ଼ି ପୁଣି କଂଗ୍ରେସକୁ ଫେରିବେ ବିଭୂତି ମିଶ୍ର

    Share on :
    ajab-Image
    Date: Feb 7, 2021    Views: 4960

    ଭୁବନେଶ୍ୱର : ବିଜେପି ନେତା ବିଭୂତି ମିଶ୍ର ଦଳ ଛାଡ଼ିବେ  । ପୁଣି ସେ କଂଗ୍ରେସରେ ମିଶିବେ  । ଏଭଳି ଏକ ଚର୍ଚ୍ଚା ଏବେ ଆଠଗଡ଼ ରାଜନୀତିକ ମହଲରେ ଜୋରଧରିଛି  ।

    ବିଭୂତି ମିଶ୍ର ଏକଦା କଂଗ୍ରେସର ଆଗଧାଡ଼ିର ନେତା ଥିଲେ  । ଆଠଗଡ଼ରେ ତାଙ୍କର ଢେ଼ର ପତିଆରା ବି ରହିଛି  । ନିର୍ବାଚନୀ ରାଜନୀତିରେ ସେ ସଫଳ ହୋଇପାରିନଥିଲେ ବି ପତିଆରା ରାଜନୀତିରେ ଶ୍ରୀ ମିଶ୍ର ବେଶ କ୍ଷମତାସମ୍ପନ୍ନ ଥିଲେ  । ପଟ୍ଟନାୟକ ପରିବାର ସହ ତାଙ୍କର ନିଘନ ସମ୍ପର୍କ ବି ରହିଥିଲା । କିନ୍ତୁ ପରବର୍ତୀ ସମୟରେ ସେ ପ୍ୟାରୀମୋହନ ମହାପାତ୍ରଙ୍କ ଜନମୋର୍ଚ୍ଚାରେ ଯୋଗଦେଇଥିଲେ  । ତେବେ ଜନମୋର୍ଚ୍ଚା ଆଗେଇ ନପାରିବାରୁ ଗତ ପଂଚାୟତ ନିର୍ବାଚନ ବେଳେ ସେ ବିଜେପିରେ ସାମିଲ ହୋଇଥିଲେ  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଉପସ୍ଥିତିରେ ସେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ  । ଶ୍ରୀ ମିଶ୍ରଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ଶଙ୍କର୍ଷଣ ମାହାର, ଶରତ ଚନ୍ଦ୍ର ପରିଡ଼ା, ହୃଦାନନ୍ଦ ତ୍ରିପାଠୀ ପ୍ରମୁଖ ବି ବିଜେପିରେ ସାମିଲ ହୋଇଥିଲେ ।
    ତେବେ ସାଧାରଣ ନିର୍ବାଚନରେ ବିଭୂତିଙ୍କୁ ବିଜେପି ସେଭଳି ଗୁରୁତ୍ୱ ଦେଇନଥିଲା । ପରବର୍ତୀ ସମୟରେ ସେ ବିଜେପି ସଂଗଠନରେ ବି ତାଙ୍କୁ ଗୁରୁତ୍ୱ ଦିଆଯାଇନଥିଲା  । ବେଶ କିଛିଦିନ ଧରି ସେ ନୀରବ ରହିଥିଲେ  । ତେବେ ତାଙ୍କର କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳଙ୍କ ସହ ଭଲ ସମ୍ପର୍କ ରହିଥିବାବେଳେ ନିକଟରେ ମାନସ ଚୌଧୁରୀଙ୍କୁ କଟକ ଜିଲ୍ଲା କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି  । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,  ଚିରଞ୍ଜିବୀ ଓ ମାନସ ଏସମ୍ପର୍କରେ ବିଭୂତିଙ୍କ ସହ ଆଲୋଚନା କରିଛନ୍ତି  । ପୁଣି କଂଗ୍ରେସକୁ ଫେରି ଆସିବା ପାଇଁ ତାଙ୍କୁ ପ୍ରବର୍ତାଇଛନ୍ତି  । ଅପରପକ୍ଷରେ ବିଭୂତି ବି କଂଗ୍ରେସକୁ ଫେରିବାକୁ ମନ ବଳାଇ ସାରିଥିବା ତାଙ୍କର ଜଣେ ସମର୍ଥକ ପ୍ରକାଶ କରିଛନ୍ତି  । ଏନେଇ ଆମେ ଶ୍ରୀ ମିଶ୍ରଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲେବି ତାଙ୍କର ପ୍ରତିକ୍ରିୟା ପାଇପାରୁନାହୁଁ  । କିନ୍ତୁ ଆଠଗଡ଼ ରାଜନୀତିରେ ଏବେ ଏହି ଚର୍ଚ୍ଚା ରାଜନୀତିକ ପାଣିପାଗକୁ ସରଗରମ କରିଦେଇଛି  ।

    ଅନ୍ୟ ଏକ ସୂଚନା ଅନୁଯାୟୀ ଗତ ନିର୍ବାଚନରେ ପୁରୀ ଛାଡ଼ି ବରିଷ୍ଠ କଂଗ୍ରେସ ନେତା ଉମା ବଲ୍ଲଭ ରଥ ଆଠଗଡ଼ରେ ନିଜର ଭାଗ୍ୟ ପରୀକ୍ଷାକୁ ଯାଇଥିଲେ  । କିନ୍ତୁ ନିର୍ବାଚନରେ ପରାସ୍ତ ହେବା ପରେ ଶ୍ରୀ ରଥ ବି ଆଗଭଳି ଆଉ ଆଠଗଡ଼ ଯାଉନାହାନ୍ତି  । ପୁରୀରେ କଂଗ୍ରେସର ଟାଣୁଆ ନେତା ନଥିବାବେଳେ ଉମା ପୁରୀ ରାଜନୀତି ଉପରେ ଫୋକସ କରିବାକୁ ଯୋଜନା କରୁଥିବାବି ଚର୍ଚ୍ଚା ହେଉଛି  ।

    Maximum 500 characters

    ରାଜନୀତି View all

    Find Us on Facebook