ମୁଖ୍ୟ ଖବର
ଭୁବନେଶ୍ୱର : ଭୁବନେଶ୍ୱରରେ ଅନେକ ନୂଆ ପାର୍କ ନିର୍ମାଣ କରାଯିବ । ଅନେକ ଖେଳପଡ଼ିଆର ବି ଉନ୍ନତୀକରଣ କରାଯିବ । ବିଭିନ୍ନ ସୌନ୍ଦର୍ଯ୍ୟକରଣ ଯୋଜନାରେ ସହର ଝଟକିବ । ଭୁବନେଶ୍ୱର ସ୍ମାର୍ଟ ସିଟି ପକ୍ଷରୁ ଏଭଳି ଯୋଜନା କରାଯାଇଛି ।
ସ୍ମାର୍ଟ ପିଓଡ଼ି ପ୍ରକଳ୍ପରେ ମମତାଜ ଅଲ୍ଲୀ ପାର୍କ (ୟୂନିଟ-୭), ଖାରବେଳ ନଗରରେ ଥିବା ପାର୍କ, ୟୂନିଟ-୪ ଏସପି ୪ର ପଶ୍ଚିମ ପାଶ୍ୱର୍ରେ ଥିବା ଦେଢ଼ ଏକରର ଖୋଲା ପଡ଼ିଆ, ୟୂନିଟ-୪ କଲୋନୀ ପାର୍କ, ୟୂନିଟ ୪ରେ ଏସପି୪ର ପୂର୍ବ ପାଶ୍ୱର୍ରେ ଥିବା ୪ ଏକରର ଖୋଲା ପଡ଼ିଆ, ଭୋଇନଗରରେ ଥିବା ୧ ଏକର ଓ ଅଧ ଏକରର ଦୁଇଟି ଖୋଲାସ୍ଥାନ, ୟୂନିଟ-୯ ବିଏସଏନଏଲ ପାର୍କ, ଏହିପରି ଭାବେ ୧୪ ଏକର ଜମିକୁ ପାର୍କରେ ରୂପାନ୍ତରିତ କରାଯିବ । ବିଏମସି ପକ୍ଷରୁ ଅମୃତ ଯୋଜନାରେ ବହୁ ପାର୍କର ଉନ୍ନତୀକରଣ ହେବା ସହ ୫୦ରୁ ଅଧିକ ନୂଆ ପାର୍କ ହୋଇଥିଲା । ଯେଉଁ ଖୋଲାସ୍ଥାନ ବାକି ଥିଲା ତାକୁ ଏବେ ସିଟିଜ ଯୋଜନାରେ ଉନ୍ନତୀକରଣ କରାଯିବ ।
Comments ସମସ୍ତ ମତାମତ