Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଭୁବନର ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା

    Share on :
    ajab-Image
    Date: Oct 9, 2020    Views: 3342

    ବାର ମାସରେ ତେର ପର୍ବ’ ଉକ୍ତିଟି ପ୍ରିୟ ଓଡିଆ ପାଇଁ ବେଶ୍‌ ପ୍ରଯୁଜ୍ୟ । ଢେଙ୍କାନାଳର ଭୁବନ ଏସିଆ ମହାଦେଶର ସର୍ବ ବୃହତ ଗ୍ରାମ ଭାବେ ପରିଚିତ ତଥା କଂସାବାସନ ପାଇଁ ସୁପ୍ରସିଦ୍ଧ । ଲୋକମତରେ ‘ଭୋବନା’ ନାମକ ଏକ ଗଣ୍ଡ (ଜାତି) ଓ ଅନ୍ୟ କେତେକଙ୍କ ମତରେ ରାଣୀ ‘ଭୁବନା, ସୁନ୍ଦରୀଙ୍କ ନାମରେ ନାମିତ ଏହି ଗାଁଟି ମଧ୍ୟ ‘ବାଜିଆ ଧାମ’ ନାମରେ ଜଣାଶୁଣା । ୧୯୭୨ ମସିହାରେ ଏନ୍‌ଏ.ସି.ର ଆଖ୍ୟା ପାଇ  ଏକ କ୍ଷୁଦ୍ର ସହରରେ ପରିଣତ ହେଇଥିବା ଏଇ ଗାଁଟିର ପାରିପାଶ୍ୱର୍ିକ ପରିବେଶ ଅତ୍ୟନ୍ତ ମନୋରମ, ଯେଉଁଠି କି ପ୍ରାୟ ୩୬ ପାଟକ ବା ଜାତିର ଲୋକ ବାସ କରନ୍ତି । ପ୍ରାୟ ପ୍ରତ୍ୟେକ ପର୍ବପର୍ବାଣିକୁ ପାଳୁଥିବା ଏହାର ଅଧିବାସୀମାନେ ଦଶହରାକୁ କିନ୍ତୁ ଅତି ଗୁରୁତ୍ୱର ସହ ପାଳନ୍ତି । ଦଶହରା ଆସିଲେ ସତେ ଯେପରି ଭୁବନର ଗୋଡିମାଟି ବି ଚଳ ଚଂଚଳ ହୋଇ ଉଠୁଛି । ଘରେ ଘରେ ବନ୍ଧୁବାନ୍ଧବ ପରିପୂର୍ଣ୍ଣ, ରାସ୍ତାଘାଟରେ ଆଲୋକମାଳା, ବୀର ବାଦ୍ୟ, ନୃତ୍ୟଗୀତରେ ସତେ ଯେପରି ଭୁବନ ପାଲଟିଯାଏ ଉତ୍ସବ ମୁଖର । ପବିତ୍ର ମହାଳୟା ଠାରୁ ଦଶହରା ବଳଦ ଯାତ୍ରା ମହୋତ୍ସବର ଶୁଭାରମ୍ଭ ହୋଇଥାଏ । ମହାଳୟା ପୂବ୍ରରୁ ଥୋରିଆ ଓ ବଳଦିଆ ଜାତିର ସ୍ତ୍ରୀ ଲୋକେ ଘରଦ୍ୱାର ଲିପାପୋଛା କରିବା ପରେ ଘଂଟ, ଖଣ୍ଡା, ମାଣ, ତାମ୍ବି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସଫା କରି ପୂଜାର୍ଚ୍ଚନା କରିଥାଆନ୍ତି । ପରିବାରର ସମସ୍ତଙ୍କ ପାଇଁ ନୂତନ ବସ୍ତୁର ବ୍ୟବସ୍ଥା କରାଯାଇ ଦଶ ଜାତିର ଫୁଲ, ଫଳ ଏବଂ ପିଠା ପ୍ରସ୍ତୁତ କରି ମା’ ମଙ୍ଗଳାଙ୍କୁ ପୂଜା କରାଯାଏ । ଘରଦ୍ୱାର, ଅଗଣା, ଝୋଟି-ମୁରୁଜରେ ହସି ଉଠେ । ପ୍ରତ୍ୟେକ ଘରକୁ ସାଜସଜ୍ଜା ସହ ତା’ ସମ୍ମୁଖରେ ପୂର୍ଣ୍ଣ କଳସ ରଖାଯାଏ । ପର୍ବର ପ୍ରଥମ ଦିନ ଅର୍ଥାତ୍‌ ବିଜୟା ଦଶମୀରେ ଶୁଭଖୁଂଟି ବା ବନ୍ଦାଣଖୁଂଟିକୁ ପୂଜାର୍ଚ୍ଚନା କରାଯାଏ । ଏହି ଖୁଂଟିକୁ ପର୍ବ ପୂର୍ବରୁ ମଙ୍ଗଳବାର କିମ୍ବା ସଂକ୍ରାନ୍ତି ତିଥିରେ ସାହି ଦାଣ୍ଡରେ ସ୍ଥାପନ କରାଯାଏ । ବଣିଜ-ବେପାରକୁ ଶୁଭ ଓ ସଫଳ କରିବା ପାଇଁ ମା’ ବଣିଜାରୀ ଦେବୀଙ୍କୁ ବହୁକାଳରୁ ଏଠାରେ ପୂଜା କରିବାର ପ୍ରଥା ଏବେ ବି ଅ ଛି । ମା’ଙ୍କ ଆସ୍ଥାନରେ ନାଲି ରଂଗର ପିଠଉର ଚିତା କୁଟା, ଫୁଲହାର ସିନ୍ଦୁର ଶୋଭିତ ଏକ ଖୁଂଟିକୁ ପୂଜା କରାଯାଏ । ବର୍ଷଯାକ ଏହା ଥାଏ ଏବଂ ନୂଆ ଖୁଂଟି ପୋତା ହେବା ପରେ ପୁରୁଣା ଖୁଂଟିକୁ ପାଣିରେ ବିସର୍ଜନ କରାଯାଏ । ଘରର ମହିଳାମାନେ ବନ୍ଦାଣ ଖୁଂଟିକୁ ପୂଜା କରିଥାଆନ୍ତି । ବନ୍ଦାଣ ଖୁଂଟରେ ବଳଦକୁ ବନ୍ଧାଯିବା ସମୟେ ଅଇଁଠା ଖାଦ୍ୟ ଦିଆଯାଏନି । ବଳଦକୁ ବନ୍ଦାଣ ଖୁଂଟରେ ବନ୍ଧାଯିବା ସମୟରେ କେହି ବାହାର ଲୋକ ସ୍ପର୍ଶ କରନ୍ତିନି । ସ୍ପର୍ଶ କଲେ ବଳଦ ଅମାନିଆ ହେବାର ଭୟ ଥାଏ । ତେଣୁ ବଳଦକୁ ଉକ୍ତ ଖୁଂଟରୁ ଖୋଲିଦିଆଯିବା ପରେ ଆଉ କୌଣସି ଛୁଆଁ-ଅଛୁଆଁ ଭେଦଭାବ ନଥାଏ ।

    Maximum 500 characters

    ସଂସ୍କୃତି View all

    Find Us on Facebook