Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆଧାର ନଥିଲେ ବି ମିଳିବ ଭତ୍ତା

    Share on :
    ajab-Image
    Date: Aug 28, 2020    Views: 3677

    ଭୁବନେଶ୍ୱର: ଆଧାର କାର୍ଡ ନଥିବା ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନାରେ ଯୋଗ୍ୟ ହିିତାଧିକାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ହିତାଧିକାରୀଙ୍କୁ ଅଗଷ୍ଟ ମାସର ପେନସନ ସହ ଅନୁକମ୍ପାମୂଳକ ସହାୟତା ଆକାରରେ ଏକ ହଜାର ଟଙ୍କା ପ୍ରଦାନ କରିବା ନେଇ ପଦକ୍ଷେପ ନେବାକୁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଜଣାଇଛନ୍ତି । ବ୍ଲକ ଓ ପୌର ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଶ୍ରୀ ଶର୍ମା ଜିଲ୍ଲାପାଳମାନଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆଧାର କାର୍ଡ ଥିବା ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଅଗଷ୍ଟ ମାସର ଭତ୍ତା ସହ ଏକ ହଜାର ଟଙ୍କା ବଣ୍ଟନ କରାଯିବ । ଆଧାର କାର୍ଡ ନଥିବା ହିତାଧିକାରୀ ଭତ୍ତା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେମାନେ ଯେପରି ଏଥିରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଯଦି କେହି ବଞ୍ଚିଛନ୍ତି ଓ ଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ ହେଉଛନ୍ତି ତେବେ ଆଧାର ନଥିଲେ ବି ତାଙ୍କୁ ଭତ୍ତା ଦିଆଯିବ । ସରକାରଙ୍କ ଏହି ନିଷ୍ପତ୍ତି ଆଧାରରେ ପଦକ୍ଷେପ ନେବାକୁ ସେ ପତ୍ରରେ ସେ ଉଲ୍ଲେଖ କରିଛନ୍ତି । ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଚିହ୍ନଟ କରି ହିତାଧିକାରୀଙ୍କୁ ଆଗାମୀ ଭତ୍ତା ବଣ୍ଟନ ପୂର୍ବରୁ ଆଧାର କାର୍ଡ ଯୋଗାଇ ଦେବାକୁ ପଦକ୍ଷେପ ନେବେ ବୋଲି ସେ ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook