Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମିଳିବ ୪ ମାସର ଅଗ୍ରୀମ ଭତ୍ତା

    Share on :
    ajab-Image
    Date: Aug 31, 2020    Views: 3900

    ଭୁବନେଶ୍ୱର: ଭତ୍ତା ହିତାଧିକାରୀଙ୍କ ପାଇଁ ଏକ ଭଲ ଖବର ।  ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କୁ ୪ ମାସର ଅଗ୍ରୀମ ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।  ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଭତ୍ତା ଟଙ୍କା ଅଗ୍ରୀମ ପ୍ରଦାନ କରାଯିବ । ସେପ୍ଟେମ୍ବରରେ ଏକକାଳୀନ ୪ ମାସର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।  ଏନେଇ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । 

    ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ୪୮ ଲକ୍ଷ ମଧୁବାବୁ ପେନ୍‌ସନ୍ ଉପଭୋତ୍ତା ରହିଛନ୍ତି। ଏଥି ସହିତ ଚଳିତ ବର୍ଷ ଜୁଲାଇ ମାସରେ ମଧ୍ୟ ରାଜ୍ୟ ସରକାର କରୋନା ପାଇଁ ରାଜ୍ୟରେ ଥିବା ୪୮ ଲକ୍ଷ ମଧୁବାବୁ ପେନ୍‌ସନ୍ ଉପଭୋତ୍ତାଙ୍କୁ ୪ ମାସ ପର୍ୟ୍ୟନ୍ତ ୧୦୦୦ ଲେଖାଏଁ ଅତିରିକ୍ତ ସହାୟତା ପ୍ରଦାନ କରିବା ଘୋଷଣା କରିଥିଲେ ଏବଂ ଉପଭୋକ୍ତାଙ୍କ ଏହି ଅର୍ଥ ମଧ୍ୟ ଦିଆଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook